ଦୀପିକା ଦେବେ ଖୁସି ଖବର!

ମୁମ୍ବାଇ: ବଲିଉଡର ଆଦର୍ଶ କପୁଲ ଭାବେ ଜଣାଶୁଣା ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହକୁ ପ୍ରାୟ ୪ ବର୍ଷ ହୋଇଗଲାଣି । ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି କେବେ ଏମାନେ ଦେବେ ଖୁସି ଖବର । ତେବେ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଖୁବଶୀଘ୍ର ହେବ ବୋଲି ଜଣାପଡିଛି । ଏବେ ଏହି ଷ୍ଟାର କପୁଲ ପରିବାର ବଢାଇବାକୁ ପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ କରିଛନ୍ତି ରଣବୀର କପୁର ।
ନିକଟରେ ସେ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି ରଣବୀର କପୁର । ତେବେ ସେ ତାଙ୍କ ଫ୍ୟୁଚର କିଡ ପାଇଁ କୋଙ୍କଣି ଭାଷା ଶିକ୍ଷା କରୁଥିବା କହିଛନ୍ତି । ତେବେ ଦୀପିକା କୋଙ୍କଣୀ ଭାଷାରେ କଥା ହେଉଥିବାରୁ ସେ ଯେତେବେଳେ ତାଙ୍କ ପିଲା ସହ ଏହି ଭାଷାରେ କଥା ହେବେ ତାହା କାଳେ ମୁଁ ବୁଝି ପାରିବି ନାହିଁ ସେଥିପାଇଁ ଆଗୁଆ କୋଙ୍କଣୀ ଭାଷା ଶିଖୁଛି ବୋଲି କହିଛନ୍ତି ରଣବୀର । ଏହାର ପ୍ରତିକ୍ରିୟାରେ ଦୀପିକା କହିଛନ୍ତି, ପ୍ରଥମେ ମୁଁ ଏ ସମ୍ପର୍କରେ ଭାବୁଥିଲି ଏହା ରଣବୀରଙ୍କ ଲକ ଭଲ ପ୍ରୟାସ । ହେଲେ ସେ ଯେ ଆମ ପିଲାପାଇଁ ଏହି ଭାଷା ଶିକ୍ଷା କରୁଛନ୍ତି ତାହା ସତରେ ବହୁତ ଭଲ ପ୍ରୟାସ । ଏବେ ଏଥିରୁ ଅନୁମାନ ଲଗାଯାଉଛି କି ଦୀପିକା ହୁଏତ ଖୁବଶୀଘ୍ର ମାଆ ହୋଇ ପାରନ୍ତି ।

Share