ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ ସେ ଏବେବି ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କଠାରୁ ପଛରେ ଅଛନ୍ତି ବୋଲି ଜଣାପଡିଛି। ସବୁଠାରୁ ବଡ କଥା ହେଲା ମୋଦି ଏପର୍ଯ୍ୟନ୍ତ ୩୫୦ ପୋଷ୍ଟ କରିଥିବା ବେଳେ କାହାକୁ ଫଲୋ କରୁ ନାହାଁନ୍ତି ଅର୍ଥାତ୍‌ ତାଙ୍କ ଫଲୋଇଙ୍ଗ ଲିଷ୍ଟ ଜିରୋ। ପ୍ରିୟଙ୍କା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବେଳେ ଏବେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ପହଞ୍ଚିଛି ୪୫.୩ ମିଲିୟନ୍‌ରେ। ଆଉ ତାଙ୍କର ପୋଷ୍ଟ ରହିଛି ୨୯୭୯ ସେ ୪୭୨ ଜଣଙ୍କୁ ଫଲୋ କରୁଛନ୍ତି। ସେମିତି ଦୀପିକା ପାଦୁକୋନଙ୍କ ଫଲୋୟର୍ସ ସଂଖ୍ୟା ରହିଛି ୩୯.୫ ମିଲିୟନ୍‌। ଏବେସୁଦ୍ଧା ତାଙ୍କ ଇନଷ୍ଟାଗ୍ରାମରେ ୯୮୪ ପୋଷ୍ଟ ହୋଇ ସାରିଛି। ଆଉ ଦୀପିକା ନିଜେ ୧୦୪ ଜଣଙ୍କୁ ଫଲୋ କରୁଛନ୍ତି। ତେଣୁ ଏହି ତାଲିକା ଦେଖିଲେ ସହଜରେ ସ୍ପଷ୍ଟ ହେଉଛି କି ମୋଦି ଏବେବି ଦୀପିକା ଓ ପ୍ରିୟଙ୍କାଙ୍କ ପଛରେ ରହିଛନ୍ତି।

Share