ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା #BharatKiLaxmi ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିଛି। କେବଳ ଦୀପିକା ନୁହେଁ ଏଥିରେ ଟେନିସ୍‌ କୁଇନ୍‌ ପିଭି ସିନ୍ଧୁ ମଧ୍ୟ ନଜର ଆସିଛନ୍ତି। ଏହାର ଏକ ଭିଡିଓକୁ ମୋଦିଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଦୀପିକା ଓ ସିନ୍ଧୁ ସମାଜସେବୀ ସିନ୍ଧୁତାଇ ସତ୍କାଲଙ୍କ ଉପରେ କହୁଛନ୍ତି। ସେମାନେ କହୁଛନ୍ତି, ଜଣେ ଲକ୍ଷ୍ମୀ ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ହେଲେ ସିନ୍ଧୁତାଇଙ୍କ ଭଳି ଲକ୍ଷ୍ମୀ ସାରା ଦେଶର ନାଁ ଗର୍ବିତ କରନ୍ତି। ତେଣୁ ଏଥରର ଦୀପାବଳି ଏମିତି ଲକ୍ଷ୍ମୀଙ୍କ ନାଁରେ ପାଳନ କରିବା ଉଚିତ୍‌। ଏହି ଭିଡିଓକୁ ଦେଖିବା ପରେ ମୋଦି ଦୀପିକା ଓ ସିନ୍ଧୁଙ୍କ ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ମୋଦି ଆହୁରି ମଧ୍ୟ ଅପିଲ କରିଛନ୍ତି, ଆପଣମାନଙ୍କ ଆଖପାଖରେ ଯଦି ଏମିତି କିଛି ମହିଳା ବା ବାଳିକା ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ, ଚେଷ୍ଟା ଓ ବୁଦ୍ଧି ବଳରେ ପରିବାର, ସମାଜ ଓ ଦେଶର ନାଁ ରଖିଛନ୍ତି, ସେଭଳି ମହିଳା ବା ବାଳିକାଙ୍କ ଅସାଧାରଣ କାହାଣୀକୁ ସୋସିଆଲ ମିଡିଆରେ ଭାରତକିଲକ୍ଷ୍ମୀ ହ୍ୟାସଟ୍ୟାଗ (#BharatKiLaxmi) ସହ ଶେୟାର କରନ୍ତୁ।

Share