ଦୀର୍ଘବର୍ଷ ପରେ କପିଲ ଶର୍ମା ଶୋ’ରେ ସାମ୍ନାସାମ୍ନି ହେଲେ ଏହି ଚର୍ଚ୍ଚିତ ଯୋଡ଼ି

ଏକଦା ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ଶାହିଦ୍‌ କପୁର ନିଜ ନିଜର ବୈବାହିକ ଜୀବନକୁ ନେଇ ବ୍ୟସ୍ତ ରହୁଛନ୍ତି। ଏହି ଚର୍ଚ୍ଚିତ ଯୋଡ଼ି ଦୀର୍ଘବର୍ଷ ପରେ କପିଲ ଶର୍ମା ଶୋ’ରେ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। ମଜାଦାର କଥା ହେଲା ଏହି ଶୋ’ରେ ଅସଲି ଶାହିଦ୍‌ ନୁହନ୍ତି, ଶାହିଦଙ୍କ ଲୁକ୍‌ରେ ଚଳିତବର୍ଷର ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂ’ର ହିରୋ ଚନ୍ଦନ ପ୍ରଭାକରଙ୍କୁ ସାମ୍ନା କରିଥିଲେ କରୀନା। ଏହି ଶୋ’ରେ କରୀନା ନିଜର ଫିଲ୍ମ ‘ଗୁଡ୍‌ନ୍ୟୁଜ୍‌’ର ପ୍ରମୋଶନ କରିବା ପାଇଁ ପହଞ୍ଚିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ନକଲି ଶାହିଦଙ୍କୁ ଦେଖି କରୀନା ହସି ହସି ବେଦମ ହୋଇଯାଉଛନ୍ତି।
ସ୍ମରଣଯୋଗ୍ୟ, ଆସନ୍ତା ଶନିବାର କପିଲ ଶର୍ମା ଶୋ’ ୧୦୦ ଏପିସୋଡ୍‌ ପୂରଣ କରିବାକୁ ଯାଉଛି। ଏହି ସୁଯୋଗରେ ଅକ୍ଷୟ କୁମାରଙ୍କ ‘ଗୁଡ୍‌ନ୍ୟୁଜ୍‌’ର ସମସ୍ତ ଷ୍ଟାର ପହଞ୍ଚି ଫିଲ୍ମର ପ୍ରମୋଶନ କରିଥିଲେ। ଶୋ’ରେ ଅକ୍ଷୟ କୁମାର, ଅର୍ଚ୍ଚନା ପୂରନସିଂହ ଏବଂ କପିଲ ଶର୍ମାଙ୍କ ସମେତ ପୂରା ଟିମ୍‌ ମଜା କରୁଥିବା ଦେଖିବାକୁ ମିଳିଛି।

Share