Close up golf ball on green grass field. sport golf club
ଲଗାତର ଗୋଲ୍ଫ ଖେଳୁଥିବା ଲୋକଙ୍କ ଜୀବନକାଳ ଦୀର୍ଘ ହେବା ସହ ସେମାନଙ୍କଠାରେ ହୃଦ୍ରୋଗ ଆଶଙ୍କା ହ୍ରାସ ପାଇଥାଏ। ବ୍ରିଟିଶ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍ରେ ପ୍ରକାଶିତ ବିଶ୍ଲେଷଣରେ ୩୪୨ଟି ଗବେଷଣାର ନିଷ୍କର୍ଷକୁ ସାମିଲ କରାଯାଇଛି। ଏଥିରେ ସାର୍ବଜନିକ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ନୀତି କ୍ଷେତ୍ରରେ ୨୫ ବିଶେଷଜ୍ଞ ତଥା ଇଣ୍ଡଷ୍ଟ୍ରି ଲିଡର୍ ସାମିଲ ଥିଲେ। ବ୍ରିଟେନ୍ରେ ଏଡିନ୍ବର୍ଗ ୟୁନିଭର୍ସିଟିର ଗବେଷକଙ୍କ ଅନୁସାରେ, ନିଷ୍କର୍ଷରୁ ଜଣାପଡ଼ିଛି ଲଗାତର ଗଲ୍ଫ ଖେଳିବାର ସମ୍ପର୍କ ଦୀର୍ଘ ଜୀବନ ସହ ରହିଛି। ଆହୁରି ମଧ୍ୟ କହିଛନ୍ତି, ବୟସ୍କ ଲୋକଙ୍କର ଏହାଦ୍ୱାରା ଶକ୍ତି ଏବଂ ସନ୍ତୁଳନ ଉନ୍ନତ ହୋଇଥାଏ। ଗବେଷକଙ୍କ ମତରେ, ଏହି ଖେଳର ସିଧା ସମ୍ପର୍କ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧିତ ବିକାଶ ସହ ରହିଥାଏ। ଅଧିକାଂଶ ଲୋକ ଭାବିଥାନ୍ତି, ସକାଳୁ ଉଠି ବ୍ୟାୟାମ୍ କରିବା ଏବଂ ନିଜକୁ ଫିଟ୍ ରଖିବେ। କିନ୍ତୁ ସକାଳର ନିଦ ଭାଙ୍ଗିବା କେବେ ଯେ କଷ୍ଟକର ତାହା ସମସ୍ତଙ୍କୁ ଜଣା। ଏଣୁ ଗଲ୍ଫ ଖେଳ ସବୁଠୁ ଭଲ। ସକାଳ ହେଉ ଅବା ୪ଟା ସମୟରେ ଏହାକୁ ଖେଳିବା ସ୍ବାସ୍ଥ୍ୟ ପାଇଁ ନିରାପଦ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ।