ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ହେଲେ ଗର୍ଭାବସ୍ଥାରେ କଫି ପିଇବା କ୍ଷତିକାରକ ବୋଲି କୁହାଯାଇଛି। ବ୍ରିଟେନର ନ୍ୟାଶନାଲ କ୍ୟାନସର ଇନଷ୍ଟିଚ୍ୟୁଟ(ଏନ୍‌ସିଆଇ)ରେ ଏହି ଗବେଷଣା କରାଯାଇଛି। କଫି ପିଉଥିବା ଲୋକଙ୍କର ରକ୍ତ ପରୀକ୍ଷା ହେବା ସହ ଏମାନଙ୍କ ନିତିଦିନିଆ ଜୀବନଶୈଳୀକୁ ଅନୁଧ୍ୟାନ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। କଫି ପିଉଥିବା ଲୋକଙ୍କ କ୍ଷେତ୍ରରେ ଇନସୁଲିନର ପରିମାଣ ଠିକ୍‌ ରହୁଥିବାରୁ ଏମାନଙ୍କୁ ଡାଇବେଟିସ୍‌ ହେବାର ସମ୍ଭାବନା କମ୍‌ ରହିଥାଏ। ଗତବର୍ଷ ୟୁକେର ସାଉଥମ୍ପଟନ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଗବେଷଣା ଅନୁଯାୟୀ, ଯେଉଁମାନେ ଦିନକୁ ୪ରୁ ୫ କପ୍‌ କଫି ପିଇଥାଆନ୍ତି ସେମାନଙ୍କ ଆୟୁ ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥିଲା।

Share