ଦୀର୍ଘାୟୁ ହେବା ପାଇଁ କରନ୍ତୁ ଏପରି…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏହାଦ୍ୱାରା ଜୀବନ ଦୀର୍ଘ ହୋଇଥାଏ। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ। ଜଣେ ପୁରୁଷଙ୍କୁ ୭ ରୁ ୯ ଘଣ୍ଟା ଓ ଜଣେ ମହିଳାଙ୍କୁ ୮ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ। ସେହିପରି ପିଲାମାନେ ୧୦ରୁ ୧୨ ଘଣ୍ଟା ଶୋଇବା ହିତକର। ସକାଳୁ ଶୀଘ୍ର ଉଠିବାକୁ ହେଲେ ପୂର୍ବଦିନ ରାତିରେ ୯ଟା କିମ୍ବା ୧୦ଟା ଭିତରେ ଶୋଇବା ଉଚିତ। ରାତିରେ ଶୋଇବା ବେଳେ ଚା’ କିମ୍ବା କଫି ପିଅନ୍ତୁ ନାହିଁ। ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇଲେ ଭଲ। ଏହାଦ୍ୱାରା ନିଦ ଭଲ ହୋଇଥାଏ।

Share