ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ

ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଏଭଳି କହିଛନ୍ତି। ଚାଇନାର ସୈନ୍ୟ କ୍ଷମତା ବୃଦ୍ଧି କରିବା ଲାଗି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହା ମଧ୍ୟ ସତ୍ୟ ଯେ ଚାଇନାର ପ୍ରତିରକ୍ଷା ଶକ୍ତି ଅଧିକ ରହିଛି। ଚାଇନାର ମୁକାବିଲା ନିମନ୍ତେ ଏକାଧିକ ଦେଶ ମିଳିତ ହେବା ଜରୁରୀ ବୋଲି ପୋମ୍ପିଓ ଗଣମାଧ୍ୟମ ସଂସ୍ଥା ଫୋକ୍ସ୍‌ ନ୍ୟୁଜ୍‌କୁ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ବ୍ରାଜିଲ୍‌ ଆଦି ଅନ୍ୟ ବନ୍ଧୁ ଦେଶ ସହିତ ଆମେରିକା ମିଳିତ ହେଲେ ବହୁ ସୁଧାର ଆସିପାରିବ ବୋଲି ସେ କହିଛନ୍ତି। ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଗତ ମାର୍ଚ୍ଚଠାରୁ ଆରମ୍ଭ ହୋଇଛି। ଚାଇନାର କମ୍ୟୁନିଷ୍ଟ ସରକାର ନିଜ ସୁବିଧା ପାଇଁ ଏଭଳି କରୁଥିବା ପୋମ୍ପିଓ କହିଛନ୍ତି।

Share