ଦୁଃଖକୁ ଦ୍ୱିଗୁଣିତ କରିଛି ତବ୍‌ଲିଘି ଜମାତ୍‌

ନୂଆଦିଲ୍ଲୀ, ୬ା୪: ଦେଶରେ କରୋନା ଦୁଃଖକୁ ଦ୍ୱିଗୁଣିତ କରିଛି ତବଲିଘି ଜମାତ୍‌। ନୂଆଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟରେ ଆୟୋଜିତ ଏହି ଧର୍ମସଭାରେ ଯୋଗଦେଇଥିବା ଜମାତ୍‌ ସଦସ୍ୟଙ୍କ ଯୋଗୁ ଭାରତରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ରବିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଶନିବାର ୪୭୨ଟି ନୂଆ କୋଭିଡ୍‌-୧୯ ମାମଲା ସାମ୍ନାକୁ ଆସିଥିଲା। ସଂକ୍ରମିତଙ୍କ ସଂଖ୍ୟା ୩,୩୭୪ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚତ୍ଥିଲା। ୨୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତବଲିଘି ଜମାତ୍‌ ଧର୍ମସଭା ଆୟୋଜିତ ହୋଇ ନ ଥିଲେ ବର୍ତ୍ତମାନ ଏହି ଟ୍ରେଣ୍ଡ ଅଧାରେ ଥାଆନ୍ତା।

ବେଆଇନ ଘୋଷଣା ଦାବିକଲା ଭିଏଚ୍‌ପି
ଦେଶରେ କୋଭିଡ୍‌-୧୯ ସଂକ୍ରମଣର ହଟ୍‌ସ୍ପଟ ପାଲଟିଥିବା ତବ୍‌ଲିଘି ଜମାତ ଓ ଏହାର ନିଜାମୁଦ୍ଦିନ ମର୍‌କଜକୁ ତୁରନ୍ତ ବେଆଇନ ଘୋଷଣା କରିବା ଲାଗି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଦାବି କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ମର୍‌କଜରେ ଗତମାସରେ ଅନୁଷ୍ଠିତ ଧର୍ମସଭାରେ ଯୋଗଦେଇଥିବା ଶହ ଶହ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତବଲିଘି ଜମାତରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି ଦେଶରେ ଏହି ଭୂତାଣୁ ସଂକ୍ରମଣର ମାଧ୍ୟମ ପାଲଟିଛନ୍ତି। ସେଥିପାଇଁ ଉକ୍ତ ସଂଗଠନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ସହ ଏହାର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେବା ଲାଗି ଭିଏଚ୍‌ପି ଯୁଗ୍ମ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଜୈନ କହିଛନ୍ତି। ଏହି ସଂଗଠନ ଦେଶରେ ଇସ୍‌ଲାମିକ୍‌ ମୌଳବାଦ ଓ ଆତଙ୍କବାଦର ପ୍ରସାର କରୁଥିବା ସେ ଅଭିଯୋଗ କରିଛନ୍ତି।

Share