Categories: ଫୁରସତ

ଦୁଇଜଣ ମା’ ଚାହିଁଲେ କରିପାରିବେ ସନ୍ତାନ ପ୍ରସବ

ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ର ବିଶେଷଜ୍ଞଙ୍କ ମତରେ ୨ ଜଣ ମା’ ଚାହିଁଲେ ସନ୍ତାନ ଜନ୍ମ କରିପାରିବେ। ଏଥିପାଇଁ ପିତାଙ୍କର କୌଣସି ଆବଶ୍ୟକତା ନାହିଁ। ଦୁଇଟି ସ୍ତ୍ରୀଲିଙ୍ଗ ମୂଷାଙ୍କଠାରେ ଏପରି ପରୀକ୍ଷଣ କରି ସଫଳତା ପାଇଛନ୍ତି ଏହି ବିଶେଷଜ୍ଞ। ଏଥିରେ ଆନୁବଂଶିକ ଇଞ୍ଜିନିୟରିଂର ଖୁବ୍‌ ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ବାଇମେଟର୍ନଲ ବା ଦୁଇ ମା’ସୁସ୍ଥ ଥିବା ଓ ପ୍ରଜନନକ୍ଷମ ହୋଇଥିବା ଜରୁରୀ। ତେବେ ଦୁଇ ମା’ଙ୍କ ମଧ୍ୟରୁ ଜଣଙ୍କର ଡିମ୍ବାଣୁ ଓ ଅନ୍ୟ ଜଣଙ୍କର ଏକ ବିଶେଷ ପ୍ରକାର କୋଷିକା ହେପ୍ଲୋଇଡ ଭ୍ରୁଣ ଷ୍ଟେମ ସେଲ୍‌ ସଂଗ୍ରହ କରିବାକୁ ପଡିଥାଏ। ଏହାପରେ ଏକ ଆଧୁନିକ ଉପାୟ ପ୍ରୟୋଗ କରାଯାଇଥାଏ। ଯାହାକୁ ଜିନ୍‌ ଏଡିଟିଂ କୁହାଯାଏ। ଏହାକୁ ପ୍ରୟୋଗ କରି ଡିଏନ୍‌ଏର ୩ଟି ସେଟ୍‌କୁ ହଟାଇ ଦିଆଯାଇଥାଏ। ଫଳରେ ଏହା ପରସ୍ପର ସହ ମିଶିବାରେ ଅଧିକ ସକ୍ଷମ ହୋଇପାରିବେ। ୟୁନିଭର୍ସିଟି ଅଫ୍‌ ଓକଲାଣ୍ଡର ଗବେଷକଙ୍କ ମତରେ ଏବେ ଏହା ମଣିଷଙ୍କ କ୍ଷେତ୍ରରେ ସମ୍ଭବ ହେବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ଭବିଷ୍ୟତରେ ଏହା ସମ୍ଭବ ହୋଇପାରିବ। ହେଲେ ପୁରୁଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପୁରୁଷମାନେ ଏମିତି କଲେ ଜନ୍ମିତ ଶିଶୁ ଗୋଟିଏ ଦିନ ବା ଅଧାଦିନରୁ ଅଧିକ ବଞ୍ଚିବେ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share