ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ ନେବା ପାଇଁ କେୟାର୍‌ ଟେକର ଆବଶ୍ୟକ ବୋଲି ଏକ ବିଜ୍ଞାପନ ଦେଇଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ମାସିକ ୨୯ ଲକ୍ଷ ଟଙ୍କା ବେତନ ମିଳିବ ବୋଲି ଉକ୍ତ ବିଜ୍ଞାପନରେ ଲେଖାଯାଇଛି। ନାଇଟ୍ସବ୍ରିଜ୍‌ରେ ରହୁଥିବା ଏହି ଦମ୍ପତିଙ୍କ ଦୁଇଟି ରିଟ୍ରିଭର୍‌ କୁକୁର ରହିଛନ୍ତି। ଏହି କୁକୁର ଦୁଇଟିଙ୍କର ନାମ ମାଇଲୋ ଏବଂ ଓକ୍ସର। ସେମାନେ ବିଭିନ୍ନ କାମରେ ବାହାରକୁ ଯାଉଥିବାରୁ କୁକୁରଙ୍କ ଯତ୍ନ ନେଇ ପାରୁନାହାନ୍ତି। ଫଳରେ ସେ ଏଭଳି ବିଜ୍ଞାପନ ଦେଇଛନ୍ତି। କୁକୁର ଯତ୍ନ ଲାଗି ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଯୋଗ୍ୟତା ରଖାଯାଇଛି। ଏହି ପଦ ପାଇଁ ହାଉସକିପିଂ ସହ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା ମଧ୍ୟ ଆବଶ୍ୟକ। କୁକୁରକୁ ସମ୍ଭାଳିବା ପାଇଁ ବ୍ୟକ୍ତି ଜଣଙ୍କ ଫିଟ୍‌ ଏବଂ ଆକ୍ଟିଭ୍‌ ଥିବା ଦରକାର ବୋଲି ସର୍ତ୍ତ ରହିଛି।

Share