Categories: ଜାତୀୟ

ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶୁକ୍ରବାର ସକାଳେ ବୋନିଗମ ଗଁ। ନିକଟରେ ଦୁଇଟି ଗାଡିରେ କିଛି ଆତଙ୍କବାଦୀ ନିଆଁ ଲଗାଇଦେଇଛନ୍ତି। ନିଆଁ ଲଗାଯାଇଥିବା ଗାଡି ମଧ୍ୟରୁ ଗୋଟିଏ ଗାଡ଼ି କୁଲଗାମ ଭାଜପାର ସାଧାରଣ ସମ୍ପାଦକଙ୍କ ବୋଲି ଜଣାପଡ଼ିଛି। ଘର ବାହାରେ ତାଙ୍କର ବ୍ୟକ୍ତିଗତ ଗାଡ଼ି ଥିବା ବେଳେ ଦୁର୍ଘଟଣା ସମୟରେ ସେ ଘରେ ନ ଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛନ୍ତି।

Share