ଦୁଇଟି ସ୍ଥାନରେ ହାଟକୁ ବିରୋଧ, ରାସ୍ତା ଅବରୋଧ

ରାଇକିଆ,୧୦ା୧୨(ଡ଼ି.ଏନ.ଏ)-ରାଇକିଆ ସାପ୍ତାହିକ ହାଟ ସୋମବାର ଦୁଇଟି ସ୍ଥାନରେ ଏକା ସମୟରେ ଚାଲୁଛି। ହାଟକୁ ଆସୁଥିବା ବ୍ୟବସାୟୀମାନେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ୧୮ ତାରିଖରେ ଆର୍‌ଏମସି ପରିସରରେ ଚାଲୁଥିବା ହାଟକୁ ଚୂନପଲ୍ଲୀ ନିକଟ ଅଏଲ ମିଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା ା ଅଧିକାଂଶ ବ୍ୟବସାୟୀ ନୂତନ ସ୍ଥାନରେ ସେମାନଙ୍କ ଜିନିଷ ଧରି ବସିଥିଲେ ା ଅନ୍ୟପଟେ ଆର୍‌ଏମ୍‌ସି ପରିସରରେ ପୂର୍ବ ସ୍ଥାନରେ ମଧ୍ୟ କେତେଜଣ ବ୍ୟବସାୟୀ ଦୋକାନ ଖୋଲିଥିଲେ ା ଏକ ସମୟରେ ଦୁଇଟି ସ୍ଥାନରେ ହାଟ ଚାଲିବା ଯୋଗୁ ଲୋକଙ୍କ ସମେତ ବ୍ୟବସାୟୀମାନେ ମଧ୍ୟ ହଇରାଣ ହେଉଥିଲେ ା ଏପରି ୩ ସପ୍ତାହ ବିତିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଗଲାନାହିଁ। ନୂତନ ସ୍ଥାନରେ ଭଲ ବ୍ୟବସାୟ ହେଉ ନ ଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରିଥିଲେ। ହାଟକୁ ପରିବା ନେଇ ଆସୁଥିବା ଚାଷୀମାନେ ବିଶେଷ କ୍ଷତି ସହିଥିଲେ ା ଏହାର ପ୍ରତିବାଦ ସ୍ବରୂପ ସୋମବାର ସେମାନେ ନୂତନ ହାଟ ସମ୍ମୁଖରେ ରାଇକିଆ- ଜି.ଉଦୟଗିରି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ା ଏଥିଯୋଗୁ ପ୍ରାୟ ୨ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ସେଠାରେ ପହଞ୍ଚି ଆଗାମୀ ସପ୍ତାହ ସୁଦ୍ଧା ଗୋଟିଏ ସ୍ଥାନରେ ହାଟ ବସିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ା

Share