ଦୁଇଦିନ ପରେ ପୁଣି ଥରିଲା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୬।୯: ଦୁଇ ଦିନ ପରେ ପୁଣି ଗୁରୁବାର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏଠାରେ ଭୂକମ୍ପ ହେବାରୁ ଲୋକେ ଆତଙ୍କିତ ହୋଇ ଘର ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ର ରାଓ୍ବଲପିଣ୍ଡିର ଦକ୍ଷିଣ-ପୂର୍ବର ୭୯ କିମି ଦୂରରେ ଥିଲା ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ସୀମାନ୍ତ ଅଞ୍ଚଳରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରରେ ସେପ୍ଟେମ୍ବର ୨୪ରେ ୫.୮ ତୀବ୍ରତା ଯୁକ୍ତ ଭୂକମ୍ପ ହୋଇଥିଲା।

Share