ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ତାଙ୍କର ଶିଶୁକୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ ପରାମର୍ଶ କମେ ମହିଳା ଜଣଙ୍କ ଶିଶୁଟିକୁ ସ୍ତନ୍ୟପାନ କରାଇ ପାରିବେ ବୋଲି କୁହାଯାଇଛି। ହେଲେ ସ୍ତନ୍ୟପାନ କରାଇବା ପୂର୍ବରୁ ସେ ଠିକ୍‌ ଭାବେ ସାନିଟାଇଜ୍‌ ହେବା ଉଚିତ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଶିଶୁଟିର ନମୁନା ପରୀକ୍ଷା ପାଇଁ ପଠାଯିବା ସହ ଉକ୍ତ ପ୍ରସୂତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ହସ୍ପିଟାଲ କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରଖାଯିବା ସହ ସେମାନଙ୍କ ନମୁନା ପରୀକ୍ଷା କରାଯିବ ବୋଲି ରିମ୍ସର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଭି. କାଶ୍ୟପ କହିଛନ୍ତି।

Share