Categories: ଜାତୀୟ

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ ଯାଇପାରିବେ।
୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ଅବ୍ୟବହିତ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଉପତ୍ୟକାରୁ ପର୍ଯ୍ୟଟକମାନଙ୍କୁ ଫେରିଯିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟର ଗୃହ ବିଭାଗ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଅନ୍ୟ କେତେକ କଟକଣା ଜାରି କରାଯାଇଥିଲା, ଯାହାକି ଧୀରେ ଧୀରେ କୋହଳ କରାଯାଉଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଉପତ୍ୟକାର ସ୍ଥିତି ଓ ସୁରକ୍ଷା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟପାଳଙ୍କ ପରାମର୍ଶଦାତାମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟପାଳ ଗୃହ ବିଭାଗକୁ ପୂର୍ବ ନିର୍ଦ୍ଦେଶନାମା ତତ୍କାଳ ଉଠାଇନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୦ରୁ ଏହି କଟକଣା ହଟିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହାକୁ ନେଇ ଟୁଟିଷ୍ଟ ଅପରେଟରମାନେ ଖୁସିବ୍ୟକ୍ତ କରିଛନ୍ତି।

Share