Advertisement

ଦୁଇମୁଣ୍ଡିଆ କଇଁଛ

ଓ୍ବାଶିଂଟନ: ପ୍ରକୃତିରେ ବେଳେବେଳେ ଅନେକ ପ୍ରକାରର ବିସ୍ମୟ ବି ଦେଖିବାକୁ ମିଳିଥାଏ। ଠିକ୍‌ ଏମିତି ଏକ ବିସ୍ମୟ ଦେଖିବାକୁ ମିଳିଛି ଏକ କଇଁଛ ପାଖରେ। ସାଧାରଣତଃ କଇଁଚର ଗୋଟିଏ ମୁଣ୍ଡଥିବା ସମସ୍ତେ ଦେଖିଛନ୍ତି, କିନ୍ତୁ ଦୁଇଟି ମୁଣ୍ଡଥିବା ଏକ ବିରଳ କଇଁଛ ଏବେ ମିଳିଛି ଆମେରିକାରେ। ଏଠାରେ ଭିର୍ଜିନିଆ ଲିଭିଙ୍ଗ୍‌ ମ୍ୟୁଜିଅମ୍‌ରେ ଏହି କଇଁଚଟି ରହିଛି। ଦୁଇମୁଣ୍ଡ ଥିବା ଏହି କଇଁଛ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟହେବା ପରେ ଏହି ଖବର ଜଣାପଡ଼ିଛି।
ସୋସିଆଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓ ଅନୁସାରେ କଇଁଛଟି ଏକ ଟ୍ୟାଙ୍କ୍‌ ମଧ୍ୟରେ ଥିବା ଶିଉଳି ଓ ଗୁଳ୍ମ ଭିତରେ ରହିଛି। ଦୁଇଟି ମୁଣ୍ଡଥିବାରୁ ଏହା ଦେଖିବା ପାଇଁ ଭିନ୍ନ ମନେ ହେଉଛି। ତେବେ ଏହାର ଦୁଇଟି ମୁଣ୍ଡ ହେବା ନେଇ ବୈଜ୍ଞାନିକମାନେ କହନ୍ତି, ଏଭଳି ସ୍ଥିତିକୁ ପଲିସିଫାଲି ଅର୍ଥାତ୍‌ ଦୁଇମୁଣ୍ଡବିଶିଷ୍ଟ କୁହାଯାଏ। ଏଭଳି ଘଟଣା ବିରଳ ହୋଇଥିଲେ ବି ଅନେକ ସମୟରେ କଇଁଛଙ୍କ କ୍ଷେତ୍ରରେ ଏହା ଦେଖାଯିବା ଅସମ୍ଭବ ନୁହେଁ। ତେବେ କଇଁଛର ଦୁଇଟି ମୁଣ୍ଡ ଥିବା ନେଇ ଅଧିକାଂଶ ଲୋକ ଏହାକୁ ଏକ ଭିନ୍ନ ତଥା କ୍ୟୁଟ୍‌ ଜୀବ ବୋଲି ବର୍ଣ୍ଣନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share