ଦୁଇରୁ ତିନି ଦିନ ମଧ୍ୟରେ କମିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଦୀର୍ଘ ଚାରି ମାସ ଧରି ପିଆଜ ଦର ଆକାଶଛୁଆଁ। ମହାରାଷ୍ଟ୍ର ଓ ଇଜିପ୍ଟରୁ ପିଆଜ ଆସିବା ସତ୍ତ୍ୱେ ବଜାରରେ ଏହାର ଖୁଚୁରା ଦର କମୁନାହିଁ। ଏବେ ବି ପିଆଜ କିଲୋ ପ୍ରତି ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ବୁଧବାର ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପିଆଜ ଦର କମିବ। ବର୍ତ୍ତମାନ ଚାହିଦା ମୁତାବକ ପିଆଜ ଉତ୍ପାଦନ କମ୍‌ ହେଉଛି। ସେଥିପାଇଁ ବଜାରରେ ଚଢ଼ା ଦର ରହିଛି। ପିଆଜ କଳାବଜାର କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ ଜାରି ରହିଛି। ଯେଉଁଠି ବି କଳାବଜାର ହେଉଛି ସେ ନେଇ ଜିଲା ପ୍ରଶାସନ କିମ୍ବା ଯୋଗାଣ ଅଧିକାରୀ ସୂଚନା ଦେଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Share