Advertisement

ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍‌ ବଟନ ଦବାଇ କଲେ ମତଦାନ

ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ ଯାଦବ ଭୋଟ ଦେଇଛନ୍ତି। ଭବାନୀଙ୍କ ଦୁଇ ହାତ ନାହିଁ। ସେ ଗୋଡ଼ ଆଙ୍ଗୁଳିରେ ଇଭିଏମ୍‌ ବଟନ ଦବାଇ ମତଦାନ କରିଛନ୍ତି। ତାଙ୍କ ଗୋଡ଼ ଅଙ୍ଗୁଳିରେ କାଳି ଲଗାଇବା ଲାଗି ପୋଲିଂ ବୁଥ୍‌ର ନିର୍ବାଚନ ଅଧିକାରୀ ତଳେ ବସିଥିବା ଦେଖିବାକୁ ମିିଳିଛି। ଭବାନୀଙ୍କ ଉତ୍ସାହକୁ ଉପସ୍ଥିତ ଲୋକେ ବେଶ୍‌ ପ୍ରଶଂସା କରିଥିଲେ। ଭବାନୀ ମତଦାନ କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share