Advertisement
Categories: Home Leftଖେଳ

ଦୁଇ ଏଲ୍‌ଏ ଲେକର୍ସ ଖେଳାଳି କୋଭିଡ୍‌-୧୯ରେ ପୀଡ଼ିତ

ଲସ ଏଞ୍ଜେଲ୍ସ, ୨୦।୩- ବହୁବାର ଏନ୍‌ବିଏ ଚାମ୍ପିୟନ ଲସ ଏଞ୍ଜେଲ୍ସ ଲେକର୍ସ ଦଳର ଦୁଇ ଜଣ ଖେଳାଳି ମାରାତ୍ମକ କୋଭିଡ୍‌-୧୯ରେ ପୀଡ଼ିତ। ସେମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନାରେ ରଖାଯାଇଥିବା ବାସ୍କେଟବଲ ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ଫ୍ରାଞ୍ଚାଇଜ ପକ୍ଷରୁ ଦୁଇ ଖେଳାଳିଙ୍କ ପରିଚୟ ଦିଆଯାଇ ନାହିଁ। ମାତ୍ର ସେମାନଙ୍କ ଟେଷ୍ଟ ଦଳର ଅନ୍ୟ ଖେଳାଳିଙ୍କ ସହ କରାଯାଇଥିଲା। ମାର୍ଚ୍ଚ ୧୦ ତାରିଖରେ ବ୍ରୁକଲିନ ନେଟ୍ସ ଦଳ ବିପକ୍ଷ ମ୍ୟାଚ୍‌ ପରେ ଟେଷ୍ଟ କରାଯାଇଥିଲା। ନେଟ୍ସ ଦଳର ୪ ଖେଳାଳିଙ୍କ ରିପୋର୍ଟ ପଜେଟିଭ ଆସିଛି। ଲେକର୍ସ ଦଳର ଦୁଇ ଖେଳାଳିଙ୍କ ରିପୋର୍ଟ ପଜେଟିଭ ଆସିଛି। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ଏଣୁ ଅନ୍ୟଙ୍କଠାରୁ ସେମାନଙ୍କୁ ଏହି ମାରାତ୍ମକ ଭାଇରସ ବ୍ୟାପିଛି। ଦଳୀୟ ଡାକ୍ତରଙ୍କ ପରାମର୍ଶରେ ସେମାନଙ୍କୁ କ୍ୱାରାଣ୍ଟାଇନ ରଖାଯାଇଛି ବୋଲି ଲେକର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଦଳର ଅନ୍ୟ ଖେଳାଳି ଓ ଷ୍ଟାଫଙ୍କୁ ସେଲ୍‌ଫ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି। ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର ନାଗରୀକଙ୍କ ନିକଟରେ ଲକ୍ଷଣ ଦେଖାଯାଉଥିବାବେଳେ ଏନ୍‌ବିଏ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହାକୁ ଏନ୍‌ବିଏ ସମାଲୋଚନା କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel