ଦୁଇ କପ୍‌ ଚା’ରୁ ସକାଳ ଆରମ୍ଭ

ଶ୍ରଦ୍ଧା କପୁର ଏବେ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟିକା। ଚଳିତ ମାସରେ ରିଲିଜ ହେବାକୁ ଯାଉଥିବା ବିଗ୍‌ ବଜେଟ ଫିଲ୍ମ ‘ଶାହୋ’ରେ ସେ ପ୍ରଭାସଙ୍କ ଅପୋଜିଟ୍‌ରେ ଅଭିନୟ କରିଛନ୍ତି। ତେବେ ତାଙ୍କର ସକାଳ କିପରି ଆରମ୍ଭ ହୁଏ। ସକାଳୁ ବିଛଣା ଛାଡିବା ପରେ ସେ ଦୁଇ କପ୍‌ ଚା’ ପିଅନ୍ତି। ତା’ପରେ ସେ ନିଜର ଦୈନନ୍ଦିନ କାମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ତାଙ୍କ ଅଭିନୀତ ‘ଆସିକ୍‌-୨’ ସେ ବର୍ଷର ସବୁଠାରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା। ସ୍କୁଲରେ ପଢ଼ିବା ସମୟରେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ଦ୍ୱାଦଶ ପରୀକ୍ଷାରେ ସେ ୯୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଜାପାନୀ ଖାଦ୍ୟ, କପ୍‌ କେକ୍‌ ଏବଂ ଚକୋଲେଟ୍‌ ହେଉଛି ତାଙ୍କର ପ୍ରିୟ ଖାଦ୍ୟ। ତାଙ୍କ ବାପା ଶକ୍ତି କପୁରଙ୍କ ଫିଲ୍ମଗୁଡିକୁ ସେ ବାରମ୍ବାର ଦେଖିଥାଆନ୍ତି। ଅମିତାଭ ବଚ୍ଚନ ହେଉଛନ୍ତି ଶ୍ରଦ୍ଧାଙ୍କର ପ୍ରିୟ ଅଭିନେତା। ଏହି ଅଭିନେତ୍ରୀଙ୍କ ମା’ ଏବଂ ଜେଜେମା ହେଉଛନ୍ତି ଶାସ୍ତ୍ରୀୟ କଣ୍ଠଶିଳ୍ପୀ। ଅଭିନୟ ବ୍ୟତୀତ ଶ୍ରଦ୍ଧା ମଧ୍ୟ ଜଣେ ଗାୟିକା। ନିଜ ଅଭିନୀତ ‘ଏକ ଭିଲିୟାନ’ ଫିଲ୍ମର ‘ଗଲିୟଁା’ ଗୀତରୁ ସେ ବଡ଼ ପରଦାରେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ବୋଷ୍ଟନ ୟୁନିଭର୍ସିଟିରେ ପଢ଼ୁଥିବା ସମୟରେ ଥରେ ତାଙ୍କର ଅଭିନୟ ଦେଖି ସଲ୍‌ମାନ ଖଁ। ତାଙ୍କୁ ଏକ ଫିଲ୍ମରେ ଆକ୍ଟିଂ କରିବାକୁ ଅଫର ଦେଇଥିଲେ।

Share