ଦୁଇ ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ: ୫-ଟିରେ ଅଭିଯୋଗ ପରେ ମିଳୁନି ସୁଫଳ

ବେଗୁନିଆ,୧୪ା୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତର ୨ଟି ଗଁ।ର ୪ ହଜାର ଲୋକ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ କାମରେ ନ ଆସି ବେକାର ହେବାକୁ ବସିଛି। ବାରମ୍ବାର ଅଭିଯୋଗ ପରେ ଲୋକେ ସୁଫଳ ନ ମିଳିବାରୁ ୫-ଟିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପଞ୍ଚାୟତ ଅନ୍ତର୍ଗତ କୋହ୍ଲୁଆପାଟଣା ଗଁ।ର ୨ଟି ଓ୍ବାର୍ଡ ୩ଟି ସାହି ରହିଛି। ୧୬୨ ପରିବାରକୁ ନେଇ ୧୬୦୦ ଲୋକ ବସବାସ କରୁଛନ୍ତି। ପାନୀୟ ଜଳ ସୁବିଧା ପାଇଁ ୧୫ଟି ନଳକୂପ ଏବଂ ସରକାରୀ ଓ ବେସରକାରୀ ଭାବେ ୧୨ଟି ଖୋଲା କୂପ ରହିଛି। ପରେ ୨୦୧୬-୧୭ ଆର୍ଥିକ ବର୍ଷରେ ଭୂ ଉଚ୍ଚ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। ଠିକାଦାର ନିଯୁକ୍ତ ପରେ ଗଁ।ରେ ପାଇପ ବିଛା ଯାଇ ଜଳଯୋଗାଣ ହୋଇଥିଲା। କମିଟି ଗଠନ କରାଯାଇ ଘରୋଇ ସଂଯୋଗ ଦିଆଯାଇଥିଲା। ଘରୋଇ ଲୋକମାନଙ୍କଠାରୁ ଅର୍ଥ ଆଦାୟ କରାଯାଇ କମିଟି ପାଣ୍ଠିରେ ରଖାଯାଇଥିଲା। ଲୋକେ ପ୍ରାୟ ୨ ବର୍ଷ ପାନୀୟଜଳ ଠିକ୍‌ରେ ପାଇଥିଲେ। ହେଲେ ମେ’ ମାସଠାରୁ ଅତ୍ୟଧିକ ବିଲ୍‌ ବାକିଥିବା ଦର୍ଶାଇ ସେସୁ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା। ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ରହିଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ମାତ୍ର ଏତେ ଟଙ୍କା କ’ଣ ପାଇଁ ବାକି ରହି ଲୋକେ ଜଳ କଷ୍ଟ ଭୋଗୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗଁ।ର ଲୋକେ ସମଦଶା ଭୋଗୁଛନ୍ତି। ଏହି ଗଁ।ରେ ୩ଟି ଓ୍ବାର୍ଡ ଲୋକେ ବସବାସ କରୁଛନ୍ତି। ଗଁ।ରେ ପାନୀୟ ଜଳ ସୁବିଧା ପାଇଁ ୭ଟି ଖୋଲା କୂପ, ୧୨ଟି ନଳକୂପ ସହ ୨ଟି ସାନିଟାରୀ କୂପ ରହିଛି। ପରେ ୨୦୧୨ରେ ଜଳଯୋଗାଣ ପ୍ରକଳ୍ପ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। କମିଟି ଗଠନ କରାଯାଇ ପାଇପ ଜଳଯୋଗାଣ ବାସ କରୁଥିବା ପରିବାର ଲୋକଙ୍କୁ ଦିଆଯାଇଥିଲା। ହେଲେ ବର୍ଷେ ହେଲା ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ଏହାକୁ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ଏ ସମ୍ପର୍କରେ ଗୋବିନ୍ଦପୁର ଗଁ।ର ପ୍ରସନ୍ନ କୁମାର ମହାପାତ୍ର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କଲେ କୌଣସି ସୁଫଳ ପାଉନାହାନ୍ତି। ସେହିପରି କୋହ୍ଲୁଆପାଟଣା ଗଁ।ର ବଳଭଦ୍ର ପଣ୍ଡା କୁହନ୍ତି ବାରମ୍ବାର ଅଭିଯୋଗ ପରେ ନିରାଶ ହୋଇ ୫-ଟିରେ ଅଭିଯୋଗ କରିଥିଲୁ। ତଥାପି କିଛି ସୁଫଳ ମିଳିନାହିଁ। ବିଡିଓ ରବିନାରାୟଣ ମାଝିଙ୍କୁ ପଚାରିବାରେ ମୁଁ କିଛି ଜାଣିନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।

Share