Advertisement
Categories: ଜାତୀୟ

ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ

ମାଙ୍ଗାଲୋର୍‌,୨୨।୪: କର୍ନାଟକରେ ଏବେ ପାଳିତ ହେଉଛି ଏକ ନିଆରା ଉତ୍ସବ। ଏଠାରେ ମାତା ଦୁର୍ଗା ପଶ୍ଚିମେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ୮ ଦିନିଆ ଅଗ୍ନିଯୁଦ୍ଧ ଉତ୍ସବ। ପରମ୍ପରା ଅନୁସାରେ ଦୁଇ ଗାଁ ଲୋକେ ଦୁଇ ଦଳରେ ବିଭକ୍ତି ହୋଇ ପରସ୍ପରକୁ ନିଆଁ ମଶାଲ ଧରି ଆକ୍ରମଣ କରନ୍ତି। ଏହା ଦ୍ୱାରା ମାତା ଦୁର୍ଗା ସନ୍ତୁଷ୍ଟ ହୁଅନ୍ତି ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ। ତେବେ ଏଥିରେ ସାଧାରଣତଃ ଗରିବ ଲୋକ ଧନ ଲାଭ ତଥା ମାତାଙ୍କ କୃପା ଲାଭ ପାଇଁ ଅଂଶ ଗ୍ରହଣ କରନ୍ତି। ଏହା ସହିତ ବିଭିନ୍ନ ଶାରୀରିକ ସମସ୍ୟା ଭୋଗୁଥିବା ଲୋକ ମଧ୍ୟ ଏହି ଅଗ୍ନଯୁଦ୍ଧ ଉତ୍ସବରେ ଯୋଗଦେଇ ରୋଗ ମୁକ୍ତ ହୁଅନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ୮ ଦିନ ଧରି ଦୁଇ ଗାଁରେ ମଦ୍ୟପାନ ଓ ଆମିଷ ବର୍ଜନ କରାଯାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share