ଦୁଇ ଗ୍ରୀନ୍‌ ଜୋନ୍‌ ମଧ୍ୟରେ ରେଡ୍‌ ଜୋନ୍‌: ସରକାରଙ୍କ ଗାଇଡ୍‌ଲାଇନ୍‌ ପରେ ଗଡ଼ିବ ବସ୍‌

ଭୁବନେଶ୍ୱର,୩।୫(ବ୍ୟୁରୋ): ଗ୍ରୀନ୍‌ କିମ୍ବା ଅରେଞ୍ଜ ଜୋନ୍‌ରେ ସୋମବାରଠାରୁ ବସ୍‌ ଗଡ଼ିବ ନାହିଁ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି, କେନ୍ଦ୍ରର ଗାଇଡ୍‌ ଲାଇନ୍‌ ଅନୁସାରେ ବସ୍‌ ଚଳାଚଳ କରିପାରିବ ନାହିଁ। ଦୁଇଟି ଗ୍ରୀନ ଜୋନ୍‌ ଜିଲା ମଧ୍ୟରେ ରେଡ୍‌ ଜୋନ୍‌ ଜିଲା ଆସୁଛି। ଏଭଳି ସ୍ଥିତିରେ ବସ୍‌ କିଭଳି ଚାଲିବ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ମଧ୍ୟ ଏଯାଏ କୌଣସି ଗାଇଡଲାଇନ୍‌ କରିନାହାନ୍ତି। ଗାଇଡ୍‌ ଲାଇନ୍‌ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସେହିଭଳି ଏହି ଘଟଣାରେ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ କହିଛନ୍ତି, ସୋମବାର ଘରୋଇ ବସ୍‌ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ଆଲୋଚନା ପରେ ଯାହା ନିଷ୍କର୍ଷ ବାହାରିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share