ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି। ଆହତ ଛାତ୍ରୀ ଦୁଇଜଣଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀର ହୋଇଥିବାବେଳେ ଆଉ ଜଣେ ୧୦ମ ଶ୍ରେଣୀର। ଏବେ ଡାକ୍ତରଖାନାରେ ଦୁଇଜଣ ଯାକ ଚିକିତ୍ସାଧୀନ ଅଛନ୍ତି। ଦୁହେଁ ସ୍କୁଲ ଯିବା ସମୟରେ ଏଭଳି ଘଟଣା ଘଟିଛି। ପୋଲିସ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।