ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ: ଜଣେ ଗିରଫ

ପଦ୍ମପୁର,୬।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମରା ବନ୍ଦରରୁ କୋଇଲା ପରିବହନ ହେଉଥିବା ବେଳେ ବ୍ୟାପକ ଚୋରା ଚାଲାଣ ହୋଇଛି। ଗୁରୁବାର ସକାଳୁ ତିହିଡି ଅଞ୍ଚଚଳର ଏକ ପିକ୍‌ଅପ୍‌ ଭ୍ୟାନ ଦୃତ ଗତିରେ ଆସୁଥିବା ବେଳେ ସାବରଙ୍ଗ ଫାଣ୍ଡି ପୋଲିସ ଗାଡିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ସେଥିରୁ ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ ହୋଇଥିଲା। ପୋଲିସ ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ଭଦ୍ରକ ଗ୍ରାମାଞ୍ଚଳରେ କେଶ ନଂ ୨୮୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share