Categories: ଜାତୀୟ

ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଉଦ୍ଧାର କାର୍ଯ୍ୟ ଜାରି

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦ୍‌ରେ ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସ୍ଥାନୀୟ କାଚିଗୁଡ଼ା ରେଳ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇ ରେଳ ବିଭାଗ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛିି। ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏମ୍‌ଏମ୍‌ଟିଏସ୍‌ ଟ୍ରେନ୍‌ ଷ୍ଟେଶନରେ ଛିଡ଼ା ହୋଇଥିବା କୋଙ୍ଗୁ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିଲା। ଏମ୍‌ଏମ୍‌ଟିଏସ୍‌ ଟ୍ରେନ୍‌ର ଗତି କମ୍‌ ଥିବାରୁ କୌଣସି ବିଶେଷ କ୍ଷତି ହୋଇ ନ ଥିବା କୁହାଯାଉଛି। ସିଗନାଲ୍‌ ଖରାପ ଥିବାରୁ କୋଙ୍ଗୁ ଏକ୍ସପ୍ରେସ ଛିଡ଼ା ହୋଇଥିବା ଟ୍ରାକ୍‌ରେ ଏମ୍‌ଏମ୍‌ଟିଏସ୍‌ ଟ୍ରେନ୍‌ ପ୍ଲାଟଫର୍ମକୁ ଆସୁଥିବା କୁହାଯାଉଛି।

Share