Categories: ଗଞ୍ଜାମ

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି ।
ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ ରହିଥିଲା। ହେଲେ ଘରୋଇ କଲେଜଗୁଡ଼ିକରେ ନାମଲେଖା ହୋଇଥିଲା। ଶୁକ୍ରବାର ସ୍ବାଭାବିକ ଭାବେ ନାମଲେଖା ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୧୨ହଜାର ୭ଜଣ ଛାତ୍ରୀଛାତ୍ର ଯୁକ୍ତ ୨ରେ ନାମ ଲେଖାଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖାର ଶେଷ ଦିବସ ଶନିବାର ରହିଛି । ତେଣୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧୩୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ଚାଲିଛି । ଜିଲାରେ ମୋଟ ୪୨ହଜାର ୬୯୦ଟି ସିଟ୍‌ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୩୦ହଜାର ୬୮୩ଟି ସିଟ୍‌ ଖାଲି ପଡ଼ିଛି। କଳାରେ ୧୯ହଜାର ୭୭୭ଟି ସିଟ୍‌ ଥିବା ବେଳେ ୬ହଜାର ୨୫୯ଜଣ ନାମ ଲେଖାଇଛନ୍ତି । ଆହୁରି ୧୩ହଜାର ୫୧୮ଟି ସିଟ୍‌ ଖାଲି ପଡ଼ିଛି ।
ବିଜ୍ଞାନରେ ୧୬ହଜାର ୯୨୯ଟି ସିଟ୍‌ ରହିଥିବା ବେଳେ ୪ହଜାର ୫୦୩ଟି ସିଟ୍‌ ପୂରଣ ହୋଇଛି । ୧୨ହଜାର ୪୨୬ଟି ସିଟ୍‌ ଖାଲି ପଡ଼ିଛି ।
ବାଣିଜ୍ୟରେ ୫ହଜାର ୧୮୪ଟି ସିଟ୍‌ ଥିବା ବେଳେ ୧୧୦୩ଟି ସିଟ୍‌ ପୂରଣ ହୋଇଛି । ୪ହଜାର ୮୧ଟି ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ଟି ସିଟ୍‌ ଥିବା ବେଳେ ୫୯ଟି ସିଟ୍‌ ପୂରଣ ହୋଇଛି ଏବଂ ୨୬୧ଟି ସିଟ୍‌ ଖାଲି ପଡ଼ିଛି ।
ଧନ୍ଦାମୂଳକ ଶିକ୍ଷାରେ ୪୮୦ଟି ସିଟ୍‌ ରହିଥିବା ବେଳେ ୮୩ଟି ପୂରଣ ହୋଇଛି ।
ଆହୁରି ୩୯୭ଟି ଖାଲି ପଡ଼ିଛି ।
ଯଦି ବ୍ରହ୍ମପୁରର କେତେକ ପ୍ରମୁଖ କଲେଜରେ ନାମଲେଖା ସ୍ଥିତି ଦେଖିବା, ତେବେ ଅଧିକାଂଶରେ ନାମଲେଖା ଧିମେଇ ଯାଇଛି । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୫୧୨ଟି ସିଟ୍‌ ରହିଛି । ସାମ୍ସ ଓଡ଼ିଶାର ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାତ୍ର ୭୩ଟି ସିଟ୍‌ ପୂରଣ ହୋଇଛି ଏବଂ ୪୩୯ଟି ସିଟ୍‌ ଖାଲି ରହିଛି । ବିଜ୍ଞାନରେ ୫୧୨ଟି ସିଟ୍‌ ରହିଛି । ୨୭୦ଟି ପୂରଣ ହୋଇଥିବା ବେଳେ ୨୪୨ଟି ଖାଲି ପଡ଼ିଛି । ବାଣିଜ୍ୟରେ ୩୮୪ଟି ସିଟ୍‌ ଥିବା ବେଳେ ୨୨୨ଟି ସିଟ୍‌ ପୂରଣ ହୋଇଛି । ୧୬୨ଟି ସିଟ୍‌ ଖାଲି ପଡ଼ିଛି ।
ବିନାୟକ ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୩୨୦ଟି ସିଟ୍‌ ଥିବା ବେଳେ ୧୧୧ଟି ପୂରଣ ହୋଇଛି ଏବଂ ୨୦୯ଟି ସିଟ୍‌ ଖାଲି ପଡ଼ିଛି । ବିଜ୍ଞାନରେ ୩୨୦ଟି ସିଟ୍‌ରୁ ୧୨୦ଟି ପୂରଣ ଏବଂ ୨୦୦ଟି ଖାଲି ରହିଛି । ବାଣିଜ୍ୟରେ ୨୫୬ଟି ସିଟ୍‌ରୁ ୪୯ଟି ପୂରଣ ଏବଂ ୨୦୭ଟି ଖାଲି ପଡ଼ିଛି । ଶଶିଭୂଷଣ ରଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୩୨୦ଟି ସିଟ୍‌ରୁ ୧୬୨ଟି ପୂରଣ ଏବଂ ୧୫୮ଟି ଖାଲି ରହିଛି ।
ବିଜ୍ଞାନରେ ୨୫୬ଟି ସିଟ୍‌ରୁ ୩୯ଟି ପୂରଣ ଏବଂ ୨୧୭ଟି ଖାଲି ପଡ଼ିଛି । ବାଣିଜ୍ୟରେ ୧୨୮ଟି ସିଟ୍‌ରୁ ୬୮ଟି ପୂରଣ ଏବଂ ୬୦ଟି ଖାଲି ରହିଛି ।