ଦୁଇ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କା ଜରିମାନା

କଟକ ଅଫିସ,୩।୩: ମାର୍ଚ୍ଚ ପହିଲାଠାରୁ ରାଜ୍ୟରେ ନୂତନ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପରିବହନ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ପ୍ରଥମ ଦିନ ଅର୍ଥାତ ରବିବାରଠାରୁ ସୋମବାର ରାତି ୯ଟା ଭିତରେ ସାରା ରାଜ୍ୟରେ ୩୧୭୫ଟି ଚାଲାଣ କଟାଯାଇଛି। ଏନେଇ ମୋଟ ୧ କୋଟି ୬୪ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ମଦ୍ୟପ ଚାଳକ, ହେଲମେଟ ନ ପିନ୍ଧିଥିବା, ବିପରୀତ ଦିଗରେ ଗାଡି ଚାଳନା, ମୋବାଇଲରେ କଥା ହେବା ଏବଂ ତିନି ଜଣଙ୍କୁ ବସାଇ ଗାଡ଼ି ଚଳାଇବା ଆଦି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ରହିଥିବା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

Share