Categories: ଜାତୀୟ

ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୋଲକାତା ଗସ୍ତରେ ଯିବେ। ଶନିବାର ଓ ରବିବାର ସେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀରେ ଯୋଗ ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରୁଥିବା ବେଳେ ମୋଦିଙ୍କର ଏହି ଗସ୍ତ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି।

Share