ଦୁଇ ଦିବସୀୟ ଯାତ୍ରାରେ ସୌଦି ପହଞ୍ଚିଲେ ମୋଦି

ରିୟାଦ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ସୌଦି ଆରବ ଯାତ୍ରାରେ ସୋମବାର ବିଳମ୍ବିତ ରାତିରେ ସୌଦି ପ୍ୟାଲେସ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏକ ବିଶେଷ ବିମାନରେ ଖଲିଦ ଇଣ୍ଟରନ୍ୟାଶନାଲ ଏୟାପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସୌଦି ରାଜା ସଲମାନ ବିନ ଅବଦୁଲଅଜିଜ ଅଲ ସଉଦଙ୍କ ନିମନ୍ତ୍ରଣରେ ସୌଦି ପହଞ୍ଚିଛନ୍ତି। ଏହି ଯାତ୍ରା ଅବସରରେ ମୋଦି ସୌଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ କଥା ହେବାର ଯୋଜନା ରହିଛି, ଯାହା ଭାରତ ପାଇଁ ଲାଭଦାୟକ ହୋଇପାରେ।

Share