Categories: ଜାତୀୟ

ଦୁଇ ପଟେ ଘେରି ରହିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’: ୫ ରାଜ୍ୟରେ ନଭେମ୍ବର ୮ରୁ ୧୦ ପ୍ରବଳ ବର୍ଷା ସୂଚନା

ନୂଆଦିଲ୍ଲୀ,୬।୧୧: ଦେଶର ଦୁଇ ପଟେ ଦୁଇ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’ ଘେରି ରହିଛି। ଏହାର ପ୍ରଭାବରେ ୫ଟି ରାଜ୍ୟରେ ନଭେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆରବ ସାଗରରେ ସାମୁଦ୍ରିକ ଝଡ଼ ‘ମହା’ ଧୀରେଧୀରେ ଘନୀଭୁତ ହେଉଥିବାବେଳେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ଦୁଇ ଝଡ଼ର ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଓଡ଼ିଶା ତଥା ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଗଭୀର ସମୁଦ୍ରକୁ ମାଛ ଧରିବାକୁ ନ ଯିବାକୁ ଧୀବରମାନଙ୍କୁ ସତର୍କ କରାଯାଇଛି।

Share