ଦୁଇ ପଡ଼ୋଶୀ ମହିଳାଙ୍କ କଳି, ଜଣଙ୍କର ଜୀବନ ଗଲା

ରାସଗୋବିନ୍ଦପୁର, ୨୬।୧୧ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନାଠାରୁ ପ୍ରାୟ ୧୩ କି.ମି. ଦୂର ଅମର୍ଦ୍ଦା ପଞ୍ଚାୟତ ଅଧୀନ ବାଉଁଶୁଣି ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ପଡୋଶୀ ମହିଳା କଳିଗୋଳ ଲାଗିବା ବେଳେ ଜଣେ ଅନ୍ୟଜଣଙ୍କୁ ଠେଙ୍ଗାରେ ପିଟିଥିଲେ। ଏଥିରେ ଦାନ୍‌ଗୀ ସୋରେନ (୪୨)ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ ମହିଳା ଦୁଲି ହେମ୍ରମ(୩୨)ଙ୍କୁ ଗିରଫ କରିଛି।
ଥାନାର ତଦନ୍ତକାରୀ ସେକେଣ୍ଡ ଅଫିସର ଅଜୟ କୁମାର ରାଉଳ ଏହି ସୂଚନା ଦେଇ କହିଛନ୍ତି ଯେ, ଠେଙ୍ଗାମାଡରେ ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଦାନ୍‌ଗୀଙ୍କୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏ ନେଇ ଏକ ମାମଲା ( ନଂ.୧୩୯/୧୯) ରୁଜୁ କରି ତଦନ୍ତ କରିଥିଲା। ବାଉଁଶୁଣି ଗାଁର ଅଭିଯୁକ୍ତ ଦୁଲି ହେମ୍ରମଙ୍କୁ ପଚରାଉଚୁରା ପରେ ତାଙ୍କୁ ଗିରଫ କରାଯାଇଛି।

Share