Categories: ଖେଳ

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୪ର୍ଥ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୧୮, ୨୧-୧୯ ପଏଣ୍ଟରେ ପରାସ୍ତ କରିଛନ୍ତି। ଶୁକ୍ରବାର ସେ ଜାପାନର ଦାଇଶୁକେ ଫୁଜିହାରାଙ୍କୁ ସେମିଫାଇନାଲରେ ଭେଟିବେ। ସେହିପରି ଡବଲ୍ସରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି କ୍ୱାର୍ଟର ଫାଇନାଲରେ ମାଥ୍ୟୁ ଥୋମାସ(ଫ୍ରାନ୍ସ) ଓ ନୀତେଶ କୁମାର(ଭାରତ) ଯୋଡ଼ିକୁ ୨୧-୧୭, ୨୨-୨୦ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଶୁକ୍ରବାର ଥାଇଲାଣ୍ଡ ଯୋଡ଼ି ଚାଓ୍ବର୍ଟ କିଟିଚୋକ୍ୱାଟ୍ଟାନା ଓ ସାଙ୍ଗ୍‌ନିଲ ସିଙ୍ଘାଙ୍କୁ ଭେଟିବେ।

Share