ଦୁଇ ପୁଅଙ୍କୁ ବିଷ ଦେଇ ମା’ଙ୍କ ଆତ୍ମହତ୍ୟା: ଜଣେ ପୁଅ ମୃତ, ଜଣେ ଗୁରୁତର

କାଲିମେଳା,୭।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଳରାଇ ପଞ୍ଚାୟତ ତେଳରାଇ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା ତାଙ୍କ ଦୁଇ ପୁଅଙ୍କୁ ବିଷ ପିଆଇବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ବିଷପାନ ଯୋଗୁ ଗୋଟିଏ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ମା’ ମୁକେ ପଡ଼ିଆମୀ ଓ ପୁଅ ମୁନା ପଡ଼ିଆମୀ। ଗୁରୁତର ଅବସ୍ଥାରେ ଅନ୍ୟପୁଅଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Share