ଦୁଇ ବଛର ହେଲା ଚାଲିଛେ ତିଆରି କାମ୍‌: ପାଏନ୍‌ ପ୍ରକଳ୍ପକେ ନେଇ ଅଁଧାରେ ଗଁ।ବାସୀ

ଡୁଙ୍ଗୁରିପାଲି, ୧ା୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ଗଁାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ୨ ବଛର ହେଲା ଗୁଟେ ପିଇଲା ପାଏନ୍‌ ପ୍ରକଳ୍ପର କାମ୍‌ ଚାଲିଛେ। ହେଲେ ପ୍ରକଳ୍ପଟା କେଭେ ପୂରା ହେବା ଆର ଗଁାବାସୀ ପାଏନ୍‌ ପାଏବେ ସେତାକେ ନେଇଁ ସଁଧେରେ ରହିଛନ୍‌। ଆଗ୍‌କେ ଖରାଦିନ ମାଡ଼ି ଆସୁଥିଲାବେଲେ ଗଁାବାସୀ ଏବ୍‌ଠାନୁ ପିଇଲା ପାଏନ୍‌ ଚିନ୍‌ତାରେ ରହିଛନ୍‌।
ସୂଚନା ଅନ୍‌ସାରେ ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଁଚେତ୍‌ ଅଧୀନ ପହଣ୍ଡି ଆର ସାନ ପହଣ୍ଡି ଗଁାବାସୀକୁ ନିରମଲ ପିଇଲା ପାଏନ୍‌ ଯୁଗେଇଦେବାର ଉଦେଶ୍‌ରେ ଥାନୀଅ ବାଞ୍ଜିକଟା ବଁଧ୍‌ ଖଁଡ଼ିରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆରି କାମ୍‌ ଆରମ୍‌ ହେଇଛେ। କାମ୍‌ ମୂଲ ହେବାର ଆଏଜ୍‌କେ ୨ ବଛରରୁ ଅଧ୍‌କା ସମିଆ ବିତିଗଲାନ। ହେଲେ ଓଭର ହେଡ ଟ୍ୟାଙ୍କ ଆର ଭୂତଲ ଟ୍ୟାଙ୍କ ଦରଖଁଡ଼ିଆ ଅବସ୍‌ତାରେ ଆଏଜ୍‌ ବି ପଡ଼ିଛେ। ଇଆଡ଼େ ୩ ମାସ ହେଲା ତିଆରି କାମ୍‌ ବି ବଁଦ୍‌ ହେଇଯାଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଏନ୍‌ତାଥି ଦୁଇଖଁଡ଼ ଗଁାର ପାଖାପାଖି ୫ ହଜାର ଲୁକ୍‌କର ବହୁତ ଦିନର ଆଶ୍‌ ଦିନୁଦିନ୍‌କେ ମହଲି ଯାଉଛେ। ପହଣ୍ଡି ଗଁାରେ ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ୬ଟା ନଲ୍‌ଚୁଅଁା ରହିଛେ। ହେଲେ ୨ଟା ନଲ୍‌ଚୁଅଁାର ପାଏନ୍‌ ବେଭାରକରି ହେଉଥିଲାବେଲେ ବାକି ୪ଟା ନଲ୍‌ଚୁଅଁାରୁ ଅସ୍‌କୁରା ପାଏନ୍‌ ବାହାରୁଛେ। ସେନ୍‌ତା ସାନପହଣ୍ଡି ଗଁାରେ ୩ଟା ନଲ୍‌ଚୁଅଁା ରହିଛେ। ସେଥ୍‌ରୁ ଗୁଟେ ନଲ୍‌ଚୁଅଁାର ପାଏନ୍‌ ବେଭାରକରି ହେଉଥିଲାବେଲେ ୨ଟାରୁ ଅସ୍‌କୁରା ପାଏନ୍‌ ବାହାରୁଛେ। ସେନ୍‌ତା ଉଭଏ ଗଁାରେ ୩ଟା ଅଙ୍ଗନଓ୍ବାଡି କେନ୍ଦ୍ର ଆର ୨ଟା ସରକାରୀ ପ୍ରାଥମିକ ବିଦ୍ୟାଲୟ ରହିଛେ। ଉଭଏ ଗଁାର ଲୋକ୍‌ ସେଠାନେ ଥିବାର ନଲ୍‌ଚୁଅଁାମାନକର ପାଏନ୍‌ ବେଭାର କରୁଥିଲେ ବି ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଏନ୍‌ତାଥି ଲୋକ୍‌ ବାଞ୍ଜିକଟାର ପାଏନ୍‌ ବେଭାର କରୁଛନ୍‌। ଇଆଡ଼େ ପ୍ରକଳ୍ପ କାମ୍‌ ମୂଲ ହେବାର ୨ ବଛର ବିତିଯାଇଥିଲେ ବି ସେଟା କେଭେ ପୂରା ହେବା ଆର ଗଁାବାସୀ ପାଏନ୍‌ ପାଏବେ କିଛି ଠିକ୍‌ଠିକାନା ନଁାଇଁନ। ସେନ୍‌ତା ଇ ପ୍ରକଳ୍ପରେ ସୂଚନା ଫଲକ ନାଇଁ ଲାଗି। ପ୍ରକଳ୍ପ କେତେ ଟଁକାରେ ତିଆର ହେଉଛେ, କେଭେ ଆରମ୍‌, କେଭେ ଶେଷ ହେବା ସେଟାକେ ନେଇ ଗଁାବାସୀ ଅଁଧାରେ ଥିବାର କହିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ଲଲିତ ପଧାନ, ଦୁଶାସନ ପଧାନ, ଲଖିଆ ପଧାନ, ଅଲେଖ ପଧାନ, ସଫେଦ ମଟାରୀ, ମାଧବ ଭୁଏ ପରମୁଖ ଗଁାବାସୀ ଦାବି କରିଛନ୍‌।

Share