Categories: ଜାତୀୟ

ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍‌

ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି ଆଲୋଚନା ହେଉଛି। କାରଣ ପିଆଜର କିଲୋ ପିଛା ଦାମ୍‌ ଶହେ ଟଙ୍କାରେ ପହଞ୍ଚିଛି। ଏହାକୁ ଲକ୍ଷ୍ୟ କଲେ ଦେଖାଯାଏ ପିଆଜର ଦାମ୍‌ ପ୍ରତି ୨ ବର୍ଷରେ ଥରେ ବୃଦ୍ଧି ହୋଇଥାଏ। ବିଶେଷ କରି ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ଦର ବୃଦ୍ଧି ହୋଇଥାଏ। ବର୍ଷା ଓ ବନ୍ୟା ଫଳରେ ଏମିତି ଦରବୃଦ୍ଧି ହୋଇଥାଏ ବୋଲି କୁହାଯାଇଛି। ଚଳିତବର୍ଷ ବନ୍ୟାରେ ମହାରାଷ୍ଟ୍ରରେ ପିଆଜ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଏମିତି ସମସ୍ୟା ଉପୁଜିଛି। ତେଣୁ ନୂଆ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହେବ ନାହିଁ ବୋଲି ଜଣାପଡିଛି। ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନ ଥିବାରୁ ପ୍ରତି ୨ ବର୍ଷରେ ଥରେ ପିଆଜ ଦର ବୃଦ୍ଧି ଘଟୁଥିବା ଆଲୋଚନା ହେଉଛି। ଯାହାକୁ ନେଇ ଉଭୟ ସରକାର ଓ ଖାଉଟି କାନ୍ଦିବା ଭଳି ପରିସ୍ଥିତି ଉପୁଜୁଛି।

Share