Categories: ବାଣିଜ୍ୟ

ଦୁଇ ବର୍ଷର ନିମ୍ନ ସ୍ତରରେ ମାନୁଫାକଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ,୨-୧୧: ଅକ୍ଟୋବରରେ ଦେଶର ମାନୁଫାକଚରିଂ କାର୍ଯ୍ୟକଳାପ ଦୁର୍ବଳ ସ୍ଥିତିରେ ରହିଛି। ଶିଳ୍ପୟୁନିଟରୁ ଉତ୍ପାଦନ ଏବଂ ଅର୍ଡର ଲାଭ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଥିବା ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମ୍‌ଆଇ) ଦୁଇ ବର୍ଷର ନିମ୍ନ ସ୍ତର ଅକ୍ଟୋବରରେ ୫୦.୬କୁ ଖସିଛି। ଏହା ସେପ୍ଟେମ୍ବରରେ ୫୧.୪% ରହିଥିଲା। ମାନୁଫାକଚରିଂ ଶିଳ୍ପରେ ଉନ୍ନତି ଆଖିଦୃଶିଆ ନୁହେଁ ବୋଲି ଏହି ରିପୋର୍ଟକୁ ଦେଖିଲେ ପ୍ରତୀୟମାନ ହୁଏ। ଏହାବାଦ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ସ୍ଥିତିରେ ରହି ୬ ମାସର ନିମ୍ନ ସ୍ତରକୁ ଖସିଛି। କମ୍ପାନୀଗୁଡିକ ଷ୍ଟକ ରଖିବାକୁ ମନ ବଳାଉ ନାହାନ୍ତି। ଦେଶର ମାନୁଫାକଚରିଂ କ୍ଷେତ୍ର ଦୁର୍ବଳ ରହିଥିବା ବେଳେ ଗତ ଦୁଇ ବର୍ଷ ଧରି ବିକ୍ରି ଅଭିବୃଦ୍ଧି ଏତେଟା ଉନ୍ନତ ନୁହେଁ ବୋଲି ଆଇଏଚ୍‌ଏସ୍‌ ମାର୍କିଟର ପ୍ରିନ୍ସିପାଲ ଇକୋନୋମିଷ୍ଟ ପଲିନା ଡି ଲିମା କହିଛନ୍ତି। ଚାହିଦା ହ୍ରାସ ହେବା ଯୋଗୁ ମାନୁଫାକଚରିଂ କ୍ଷେତ୍ର ପ୍ରଭାବିତ ହେଉଛି। ଏହା ଦ୍ୱାରା ଉତ୍ପାଦନ ନିଯୁକ୍ତି ଏବଂ ବାଣିଜ୍ୟ ମନୋଭାବ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି କ୍ରୟ କରିଥିବା ଲିମା କହିଛନ୍ତି।

Share