Categories: ଜାତୀୟ

ଦୁଇ ବର୍ଷ ଧରି ଯୁବତୀଙ୍କ ଦେହରେ ଥିବା ଗୁଳିକୁ ବାହାର କଲେ ଡାକ୍ତର

ହାଇଦ୍ରାବାଦ,୨୩।୧୨: ତେଲେଙ୍ଗାନା ଜାହାନୁମା ଫାଲକନୁମା ଅଞ୍ଚଳର ଆସମା ବେଗମ(୧୯)ଙ୍କ ଶରୀରରେ ଥିବା ଗୁଳିକୁ ପ୍ରାୟ ୨ ବର୍ଷ ପରେ ବାହାର କରାଯାଇଥିବା ଜଣାପଡିଛି। ନିଜାମ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ନିମ୍ସ)ର ଡାକ୍ତର ଏହି ଗୁଳି ବାହାର କରିଥିବା ଜଣାପଡିଛି। ଦୀର୍ଘ ପ୍ରାୟ ୨ ବର୍ଷ ହେବ ଯୁବତୀ ଜଣଙ୍କ ବ୍ୟାକ ପେନ୍‌ ଭୋଗୁଥିବା ଅଭିଯୋଗ କରିଥିଲେ। ଏକ୍ସରେ ପରେ ଜଣାପଡିଥିଲା କି ମହିଳାଙ୍କ ସ୍ପାଇନାଲ କର୍ଡରେ ଏକ ୧ଏମ୍‌ଏମ୍‌ର ଦେଶୀ ଗୁଳି ରହିଛି। ଶନିବାର ଡାକ୍ତର ଉକ୍ତ ଗୁଳିକୁ ଅପରେଶନ କରି ବାହାର କରିବା ପରେ ପଞ୍ଜାଗୁଟା ପୋଲିସ ଷ୍ଟେଶନକୁ ଏନେଇ ଖବର ଦେଇଥିଲେ। ପୋଲିସ ଏଥିରେ ହତ୍ୟା ଉଦ୍ୟମ ବା ଆଟେମ୍ଟ ଟୁ ମର୍ଡର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Share