Advertisement

ଦୁଇ ବାଇକ୍‌ ମୁହାଁମୁହିଁ : ଜଣଙ୍କ ଜୀବନଗଲା

ଯୋଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନଂ. ଜାତୀୟ ରାଜପଥ ଟାଟାସ୍ପଞ୍ଜ ମେଟେରିଆଲ ଗେଟ୍‌ ସମ୍ମୁଖରେ ବୁଧବାର ଅପରାହ୍ନରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତିା
ସୂଚନାନୁଯାୟୀ, ଅପରାହ୍ନରେ ନୂଆମୁଣ୍ଡି ଅଞ୍ଚଳରୁ ଏମ୍‌ଡି ଅଜିଜ୍‌ କ୍ୟୁରେସି(୩୦) ଓ ଇସ୍ରାଇଲ କ୍ୟୁରେସି ଏକ ବାଇକ ଯୋଗେ ଯୋଡ଼ା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବଳିତା ଅଞ୍ଚଳର କାଳିଆ ନାୟକଙ୍କ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ା ଫଳରେ ଏମ୍‌ଡି ଅଜିଜ୍‌ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଇସ୍ରାଇଲ୍‌ ଓ କାଳିଆ ଆହତ ହୋଇଥିଲେ। ତାଙ୍କୁ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଥିବା ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share