Categories: ଜାତୀୟ

ଦୁଇ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୩ ମୃତ

ସିଙ୍ଗ୍ରାଉଲି,୨ା୩(ପି.ଟି.): ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲାରେ ରବିବାର ଭୋର ସମୟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍‌ଲୋରି ଖଣିରୁ କୋଇଲା ନେଇ ଉତ୍ତରପ୍ରଦେଶ ଯାଉଥିବା ଟ୍ରେନ୍‌ଟି ଘନହରି ଗ୍ରାମ ନିକଟରେ ଏକ ଖାଲି ଟ୍ରେନ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଟିଏ ଟ୍ରେନ୍‌ର ୧୩ଟି ଓ୍ବାଗନ ଓ ଗୋଟିଏ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମୃତ ୩ ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ। ସେମାନେ ଟ୍ରେନ୍‌ର ଦୁଇ ଡ୍ରାଇଭର ଓ ଜଣେ ପଏଣ୍ଟସ୍‌ ମ୍ୟାନ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଯେଉଁ ରେଳଲାଇନରେ ଦୁର୍ଘଟଣା ଘଟିଛି, ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏନ୍‌ଟିପିସି ନେଇଥିଲା। ଡ୍ରାଇଭରଙ୍କ ତ୍ରୁଟି କିମ୍ବା ସିଗ୍‌ନାଲରେ ଭୁଲ୍‌ ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।

Share