Categories: ଜାତୀୟ

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

ଚଣ୍ଡିଗଡ,୧୮।୨:ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ରାଜନେତା ଟୁଇଟ୍‌ ମାଧ୍ୟମରେ ପରସ୍ପର ଉପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଲଗାଇଛନ୍ତି। କେଜ୍‌ରିୱାଲ ଟୁଇଟ କରି କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି(ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରର୍ଥୀ ଭାଗବତ ମାନ ୫୧ ହଜାର ଭୋଟରେ ଜିତିବେ। ଏହାର ଜବାବରେ ଚନ୍ନି ମଧ୍ୟ ଟୁଇଟ୍‌ କରି କହିଛନ୍ତି, କେଜ୍‌ରିୱାଲ ଅତି କମରେ ୫୧ ହଜାର ଥର ମିଛ କହିଛନ୍ତି।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ କରିବାକୁ ଯାଇ ୨୦୧୭ର ଏକ ପୁରୁଣା ଟୁଇଟ୍‌ ଶେୟାର କରିଛନ୍ତି। କେଜ୍‌ରିୱାଲଙ୍କ ପୁରୁଣା ଟୁଇଟ ଚନ୍ନି ପୋଷ୍ଟ କରିଛନ୍ତି।ଯେଉଁଥିରେ ୨୦୧୭ ବିଧାନସଭା ନିର୍ବାଚନରେ ମାଝା ଅଞ୍ଚଳରେ ଏଏପି ଲହର, ୨୦୧୯ରେ ଦିଲ୍ଲୀ ଲୋକ ସଭା ନିର୍ବଚନ ୭ଟି ଆସନ ମଧ୍ୟରୁ ୫ଟି ଜିତିବା, ୨୦୧୭ରେ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ବଡ଼ ବ୍ୟବଧାନରେ ହାରିବା ଏବଂ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ ହାରିବା ଭବିଷ୍ୟବାଣୀ କରି କେଜ୍‌ରିଓ୍ବାଲ୍‌ ଫେଲ୍‌ ମାରିଛନ୍ତି। ତେଣୁ ସେ ଏବେ ରାଜନୈତିକ ମୂଲ୍ୟାଙ୍କନ ବନ୍ଦ କରିବା ଉଚିତ ବୋଲି ଚନ୍ନି ଟୁଇଟ୍‌ ମାଧ୍ୟମରେ କେଜ୍‌ରିଓ୍ବାଲ୍‌ଙ୍କୁ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ କେଜ୍‌ରିଓ୍ବାଲ୍‌ କହିଥିଲେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଉଭୟ ଚମକୌର ସାହିବ ଏବଂ ଭଦୌଡ ଆସନରୁ ନିର୍ବାଚନରେ ହାରିଯିବେ। ଏହି ଦୁଇଟି ଆସନରୁ ଏଏପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ସେ କହିଛନ୍ତି।

Share