ଦୁଇ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବା ଘଟଣା: ସାହସୀ ବେବିନାଙ୍କୁ ପୁରସ୍କୃତ କଲେ ପୋଲିସ କମିଶନର

ଭୁବନେଶ୍ୱର ୧୧-୯(ବ୍ୟୁରୋ): ରବିବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଜଗନ୍ନାଥନଗରରେ ଦୁଇଜଣ ରୋଡ୍‌ ରୋମିଓଙ୍କୁ ଇଞ୍ଜିନିୟରିଂ ଛାତ୍ରୀ ବେବିନା ମହାଲିକ ମାଡ଼ ମାିରିବା ସହ ବସ୍‌ଉଠ୍‌ କରି ସାବଡ୍‌ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବେବିନାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ତେବେ ବେବିନାଙ୍କର ଏହି ସାହସିକତା ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟଠାରେ କମିଶନର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ପୁରସ୍କୃତ କରିଛନ୍ତି। କମିଶନର ଷଡ଼ଙ୍ଗୀ କହିଛନ୍ତି, ସବୁ ସ୍ଥାନରେ ପୋଲିସ ରହିବା ସମ୍ଭବ ନୁହେଁ। ବେବିନା ଯେପରି ଅପରାଧୀଙ୍କୁ ସାମ୍ନା କଲେ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ। ଯେଉଁମାନେ ଅପରାଧର ଶିକାର ହେଉଛନ୍ତି ତାଙ୍କୁ ସହରବାସୀ ସହଯୋଗ କରନ୍ତୁ। ଦେଖଣାହାରି ସାଜନ୍ତୁ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିପଦରେ ପଡିଲେ ଡରି ନ ଯାଇ ସାହସର ସହ ମୁକାବିଲା କରିବାକୁ ବେବିନା ଆହ୍ବାନ ଦେଇଛନ୍ତି।