ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ: ୪୨ ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ

ଭୁବନେଶ୍ୱର, ୧୦ା୪(ବ୍ୟୁରୋ): ରାଜ୍ୟରେ ୨ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ୬ଟି ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେଥିରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ୪୨ ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ବର୍ଷର ହୋଇଥିବା ବେଳ ଅନ୍ୟ ଜଣଙ୍କୁ ୫ବର୍ଷ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଶୁକ୍ରବାର ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଥିବା ବେଳେ ଏହି ତଥ୍ୟ ହସ୍ତଗତ ହୋଇଛି।
ସୂଚନାଯୋଗ୍ୟ, ସମ୍ପୃକ୍ତ ଶିଶୁ କନ୍ୟାଙ୍କ ସହ ପରିବାରର ଆଉ ଜଣେ ୩୭ ବର୍ଷିୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୩ ଜଣ ୪୨ ନଂ କରୋନା ରୋଗୀଙ୍କ ସହ ୨୨ ମାର୍ଚ୍ଚରୁ ୩ ଏପ୍ରିଲ୍‌ ଯାଏ ଘରେ ରହିଥିଲେ। ୪ ଓ ୫ ଏପ୍ରିଲ୍‌ରେ ସମ୍ପୃକ୍ତ ମହିଳା ଓ ୨ ଶିଶୁ ଆକ୍ରାନ୍ତ ବ୍ୟକ୍ତିିଙ୍କ ସହ ଏମ୍ସ ଯାଇଥିଲେ। ପରେ ୬ ଏପ୍ରିଲ୍‌ରୁ ୯ ଏପ୍ରିଲ୍‌ ଯାଏ ସେମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସେମାନଙ୍କ ନମୁନା ପରିକ୍ଷଣ ପାଇଁ ଦିଆଯାଇଥିଲା। ୯ ଏପ୍ରିଲ୍‌ରେ ନମୁନା ପଜିଟିଭ୍‌ ଆସିବା ପରେ ୧୦ ଏପ୍ରିଲ୍‌ରେ ସେମାନଙ୍କୁ କିମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଇଦିଆଯାଇଛି ବୋଲି ଟ୍ରାଭେଲ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି।
ସେହିପରି କଳାହାଣ୍ଡି ଗୋଲ୍‌କୁଣ୍ଡାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରିକରାଯାଇଛି। ଗୋଲ୍‌କୁଣ୍ଡାର ୨୦ ବର୍ଷିୟ ଯୁବକ ଗତ ମାର୍ଚ୍ଚ ୨୦ ଓ ୨୧ ଅପରାହ୍ନରେ ବେହେରାଗୁଡ଼ା ଗ୍ରାମରେ ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିଥିଲେ। ୨୨ରୁ ୨୪ ଘରେ ଥିଲେ, ୨୫ରେ ଗାଁରେ ଥିବା ଗ୍ରସେରୀ ଦୋକାନକୁ ଯାଇଥିଲେ। ୨୬ରୁ ୩ ଏପ୍ରିଲ୍‌ ଯାଏ ସେ କୁଆଡେ ବି ଯାଇନଥିଲେ। ବାହାରିନ୍‌ରୁ ଆସିଥିବା ଯୁବକ ତଥା କଳାହାଣ୍ଡି ଜିଲାର ପ୍ରଥ କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଷରେ ଆସିଥିଲେ। ୫ରେ ଶୋସିଆ ସ୍ଥିତ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର ହୋଇଥିଲେ। କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ତାଙ୍କର ନମୁନା ପରିକ୍ଷଣ ପାଇଁ ଦିଆଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିବା ୯ ଏପ୍ରିଲ୍‌ରେ ଜଣାପଡ଼ିଥିଲା। ୧୦ ତାରିଖ ଦିନ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ (କୋଭିଡ ହସ୍ପିଟାଲ) କୁ ସ୍ଥାନାନ୍ତର କରାଯାଇଥିବା ଟ୍ରାଭେଲ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri