ଦୁଇ ସପ୍ତାହ ବଢିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ ୨.୦ର ଅବଧି ମାର୍ଚ୍ଚ ୩ରେ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ମୋଦି ସରକାର ଦେଶବ୍ୟାପୀ ଲକ୍‌ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଲକ୍‌ଡାଉନ୍‌ ୩.୦ର ଅବଧି ମେ’ ୧୭ ପର୍ଯ୍ୟନ୍ତ ରହିବ। ଏହି ସମୟରେ କେଉଁ ନିୟମ ପାଳନ କରାଯିବ ସେ ସମ୍ପର୍କରେ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଭିଜରୀ ଜାରି କରାଯାଇଛି।

Share