ଦୁଇ ସପ୍ତାହ ହେବ ଉଦିତ ନାରାୟଣଙ୍କୁ ମିଳୁଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗରଙ୍କୁ ପ୍ରାୟ ଏକ ମାସ ହେବ ହତ୍ୟା ଧମକ ମିଳୁଛି। ଏହାକୁ ନେଇ ସେ ଗତ ୨ ସପ୍ତାହ ତଳେ ପୋଲିସରେ ଅଭିଯୋଗ କରିବା ପରେ ସେବେଠାରୁ ତାଙ୍କୁ ପୋଲିସ ସୁରକ୍ଷା ଦିଆଯାଉଛି। ଉଦିତଙ୍କ ଅଭିଯୋଗ ହେଲା ତାଙ୍କର ହଜିଯାଇଥିବା ଫୋନରୁ କେହି କଲ୍‌ କରି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଅମ୍ବୋଲି ପୋଲିସ ଷ୍ଟେଶନରେ ଏନେଇ ଉଦିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଫୋନ୍‌ ଟ୍ରାକ୍‌ କରିବା ପରେ ଏହା ବିହାରରେ ଥିବା ଜଣାପଡିଛି। ଏମିତିକି ଏକ ପୋଲିସ୍‌ ଟିମ୍‌ ଏହାର ସନ୍ଧାନରେ ବିହାର ଗସ୍ତ କରିଥିବା ଖବର ଆସିଛି। କିନ୍ତୁ କିଏ ଓ କାହିଁକି ତାଙ୍କୁ ହତ୍ୟା ଧମକ ଦେଉଛନ୍ତି ତାକୁ ନେଇ କିଛିସ୍ପଷ୍ଟ ଚିତ୍ର ଜଣାପଡିନାହିଁ। ହେଲେ ଏପର୍ଯ୍ୟନ୍ତ ତାଙ୍କୁ କେହି ଟଙ୍କା ମାଗି ନ ଥିବା ସେ କହିଛନ୍ତି।

Share