Posted inରାଜ୍ୟ

ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦାବି କଲା ଦୁଗ୍ଧ ଚାଷୀ ମହାସଂଘ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦେବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ। ଗତ ୪ ଦିନ ତଳେ ଅମୁଲ୍‌ କମ୍ପାନୀ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଥିବା ବେଳେ ଶନିବାରଠାରୁ ମଦର୍ସ ଡାଏରୀ ଦୁଗ୍ଧ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଛି। ହେଲେ ଚାଷୀଙ୍କର ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଓମ୍‌ଫେଡ ଓ ରାଜ୍ୟ ସରକାର ଦୁଗ୍ଧ ମୂଲ୍ୟରେ ଦରବୃଦ୍ଧି କରିନାହାନ୍ତି। ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ।
୨୦୧୪ରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୮୦ ପ୍ରତିଶତ ଥିବାବେଳେ ଦୁଗ୍ଧ ଲିଟର ପିଛା ଚାଷୀମାନେ ୨୬ଟଙ୍କା ୧୦ପଇସା ପାଉଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତାରେ ଅହେତୁକ ବୃଦ୍ଧିପାଇଛି। ହେଲେ ଓମ୍‌ଫେଡ ଚାଷୀଙ୍କୁ ସେହି ଏକା ଦର ପ୍ରଦାନ କରୁଛି। ଯେତେବେଳେ କି ଅମୁଲ୍‌ ଏବଂ ମଦର୍ସ ଡାଏରୀ ଭଳି ଦୁଗ୍ଧ କମ୍ପାନୀ କ୍ଷୀର ଦର ବୃଦ୍ଧି କରି ଚାଲିଛନ୍ତି। ମାତ୍ର ଓମ୍‌ଫେଡ ଏବଂ ରାଜ୍ୟ ସରକାର ରାଜ୍ୟର ୩୧୬୫ ଦୁଗ୍ଧ ସମବାୟ ସମିତିର କ୍ଷୀର ଦେଉଥିବା ୨ଲକ୍ଷ ୭୮ହଜାର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଦୁଗ୍ଧ ଲିଟର ପିଛା ଚାଷୀଙ୍କୁ ସର୍ବନିମ୍ନ ୩୦ଟଙ୍କା ପ୍ରଦାନ କରିବାକୁ ଦାବି କରିଛି ମହାସଂଘ। ଏହାବ୍ୟତୀତ ଫନୀ ବାତ୍ୟାରେ ହଜାର ହଜାର ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ଗୁହାଳ ଭାଙ୍ଗିଯାଇଛି ଓ ଗୋ-ମହିଷାଦିଙ୍କର ମୃତ୍ୟୁ ଘଟିଛି। ଏପରି କି, କଟକ ଏବଂ ଭୁବନେଶ୍ୱରରେ ଦୁଗ୍ଧ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ୬ ହଜାର ପରିବାର ବାତ୍ୟାରେ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ମାତ୍ର ସରକାରଙ୍କ ତରଫରୁ କୌଣସି ସର୍ବେକ୍ଷଣ କରାଯାଇ କ୍ଷତିପୂରଣ ଦିଆଯାଇନାହିଁ। କେବଳ ଏତିକି ନୁହେଁ, ବାତ୍ୟା ପରେ ଗ୍ରାମାଞ୍ଚଳରେ ଘାସ, କୁଟା, ନଡ଼ା ଆଦି ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି ଏବଂ ଚୁନି, ଚୋକଡ଼ ଭଳି ଗୋଖାଦ୍ୟର ଅହେତୁକ ଦର ବୃଦ୍ଧି ଘଟୁଛି। ଏଭଳିସ୍ଥଳେ ଦୁଗ୍ଧ ଉପତ୍ାଦନ କରି ଆତ୍ମନିର୍ଭରଶୀଳ ହୋଇଥିବା ୧୧ଲକ୍ଷ ଦୁଗ୍ଧ ଚାଷୀ ପରିବାରଙ୍କର ଜୀବନ ଜୀବିକା ଆଜି ବିପଦ ମୁହଁକୁ ଚାଲିଯାଇଛି ବୋଲି ମହାସଂଘ ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍‌ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା

ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍‌ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍‌ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ

ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ...

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦।୪: ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର...

ନକଲି ସାର୍ଟିଫିକେଟ ଦେଇ ଚାକିରି! ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼

ବରଗଡ଼,୧୦।୪: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବରଗଡ଼ ସହରରେ ଥିବା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ଜଣେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଦେଲେ ଯୋଗ

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ...

କାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୧୦।୪: କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image