Categories: ଫୁରସତ

ଦୁନିଆରେ କିଛି ଅଜବ ପ୍ରଥା

* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍‌ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ ନିଜ ଦେହକୁ ତୀକ୍ଷ୍‌ଣ ଛୁଞ୍ଚି ଦ୍ୱାରା ଭେଦ କରିଥାନ୍ତି।

* ଥାଇଲାଣ୍ଡର କରେନ ସମ୍ପ୍ରଦାୟର ମହିଳାମାନେ ବେକରେ ଅନେକଗୁଡିଏ ରିଙ୍ଗ୍‌ ଧାରଣ କରିବାର ପ୍ରଥା ରହିଛି, ଯାହାଦ୍ୱାରା କାଳକ୍ରମେ ସେମାନଙ୍କ ବେକ ଲମ୍ବା ହୋଇଯାଇଥାଏ ଏବଂ ଏହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବଢେଇଥାଏ ବୋଲି ତାଙ୍କ ବିଶ୍ୱାସ।

* ଆଫ୍ରିକାର ମୁର୍ଶି ସମ୍ପ୍ରଦାୟର ମହିଳାମାନେ ପାଟିରେ ପାଞ୍ଚ ଇଞ୍ଚ ଗୋଲେଇର ଏକ ପ୍ଲେଟ ପରିଧାନ କରିବାର ପ୍ରଥା ରହିଛି।

* ମାଡାଗାସ୍କାରର ମାଲାଗାସି ସମ୍ପ୍ରଦାୟର ଲୋକେ ଶବ ଯାତ୍ରାରେ ଶବ ସହ ନୃତ୍ୟ କରିବାର ପ୍ରଥା ରହିଛି।

* ଜର୍ମାନୀରେ କୌଣସି ବିବାହ ଉତ୍ସବ ପୂର୍ବରୁ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ ଏକତ୍ରିତ ହୋଇ କାଚର ଗିନା ଏବଂ ପ୍ଲେଟ ଭାଙ୍ଗିଥା’ନ୍ତି, ଯାହାକୁ ବର ଏବଂ କନ୍ୟା ଏକତ୍ରିତ ସଫା କରିବାର ପ୍ରଥା ରହିଛି।

* କର୍ନାଟକରେ ନବଜାତ ଶିଶୁକୁ ଶ୍ରୀ ସନ୍ତେଶ୍ୱର ମନ୍ଦିର ଉପରୁ ତଳକୁ ଫିଙ୍ଗାଯାଏ, ଯାହାକୁ ପରିବାର ଲୋକେ ତଳେ ରହି ଧରିଥାନ୍ତି। ଏହା ନବଜାତଙ୍କ ପାଇଁ ସୌଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ ରହିଛି।

* ସ୍କଟ୍‌ଲାଣ୍ଡରେ ବିବାହ କରିବାକୁ ଯାଉଥିବା କନ୍ୟାଙ୍କ ଉପରକୁ ଅଣ୍ଡା ଏବଂ କ୍ଷୀର ଫିଙ୍ଗିବାର ପ୍ରଥା ରହିଛି।

* ଇଣ୍ଡୋନେସିଆର ଦାନୀ ଆଦିବାସୀ ସଂପ୍ରଦାୟରେ କୌଣସି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ପରିବାରର ମହିଳା ସଦସ୍ୟଙ୍କ ଅଙ୍ଗୁଳିର କିଛି ଅଂଶ କାଟିବାର ପ୍ରଥା ରହିଛି।

* ଚାଇନାରେ ୩ ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କ ପାଦକୁ କପଡାରେ ଭିଡି ବାନ୍ଧିବାର ପ୍ରଥା ରହିଥିଲା। ଫଳରେ ପାଦ ବଢିବ ନାହିଁ ଏବଂ ଏହା ସୁନ୍ଦର ଦେଖାଯିବ। କିନ୍ତୁ ଏହି ପ୍ରଥା ୧୯୪୯ ମସିହାରେ ନିଷେଧ କରିଦିଆଗଲା।

Share