ଦୁନିଆରେ ହାହାକାର: ବିପଦରେ ମାନବାଧିକାର; ୧୧୯ ଦେଶରେ ଲୋକଙ୍କ ସ୍ବାଧୀନତା ଉପରେ ପହରା

ଓ୍ବାଶିଂଟନ,୧୦।୧୨: ପ୍ରତିବର୍ଷ ଡିସେମ୍ବର ୧୦ରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଥାଏ। ଲୋକଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା କରାଯାଇଥାଏ। ତେବେ ଏବେ ଦୁନିଆରେ ହାହାକାର ସୃଷ୍ଟି ହୋଇଛି। ମାନବାଧିକାର ବିପଦରେ ପଡ଼ିଛି। ୧୧୯ଟି ଦେଶରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସ୍ବାଧୀନତା ଉପରେ ପହରା ଲଗାଯାଇଛି। ଏହା ଦ୍ୱାରା ୨ କୋଟି ୭୦ ଲକ୍ଷରୁ ଅଧିକ ଲୋକ ଅତି ଦୁଃଖରେ ଜୀବନ ବିତାଉଛନ୍ତି। ଇସ୍ରାଏଲ୍‌ରେ ସର୍ବାଧିକ ମାନବାଧିକାରର ଉଲ୍ଲଂଘନ ହୋଇଛି। ୨୦୧୪ରେ ୧୮ଟି ଦେଶରେ ମାନବାଧିକାରକୁ ଉଲ୍ଲଂଘନ କରାଯାଇ ଯୁଦ୍ଧ ଅପରାଧ ବୃଦ୍ଧି ପାଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

Share