Posted inଫୁରସତ

ଦୁନିଆର ଭୟଙ୍କର ଗୁମ୍ଫା: ବୁଲିବା ପାଇଁ ପର୍ଯ୍ୟଟକଙ୍କୁ କିଣିବାକୁ ପଡ଼େ ୨ ଲକ୍ଷ ଟଙ୍କାର ଟିକଟ

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ। ଭିଏତ୍‌ନାମ୍‌ରେ ରହିଛି ଏପରି ଏକ ଗୁମ୍ଫା। ଏହାର ଲମ୍ବ ୯ କିମି, ଚୌଡ଼ା ୨ ଶହ ମିଟର ଏବଂ ଉଚ୍ଚତା ୧୫୦ ମିଟର। ଏହା ମଧ୍ୟରେ ଜଙ୍ଗଲଠାରୁ ଆରମ୍ଭ କରି ନଦୀ ପର୍ଯ୍ୟନ୍ତ ସବୁ ରହିଛି। ଏଠାରେ ଥିବା ଜଳ ପ୍ରପାତର ଶବ୍ଦ ଗୁମ୍ଫାର କାନ୍ଥରେ ପ୍ରତିଫଳିତ ହୋଇ ଭୟଙ୍କର ପ୍ରତିଧ୍ୱନୀ ସୃଷ୍ଟି କରିଥାଏ। ୧୯୯୧ରେ ଜଣେ ସ୍ଥାନୀୟ ବାସିନ୍ଦା ହୋ ଖାନମଙ୍କ ଏହି ଗୁମ୍ଫା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଗୁମ୍ଫାର ନାମକରଣ ହେଙ୍ଗ୍‌ ସୋନ୍‌ ଡୁଙ୍ଗ୍‌ ଭାବେ କରାଯାଇଥିଲା। ୨୦୧୩ରେ ଗୁମ୍ଫାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ପ୍ରତିବର୍ଷ ୨ରୁ ୩ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ୧୦ କିମି ପାଦରେ ଚାଲିବା, ପାହାଡ଼ରେ ଚଢ଼ିବା ଆଦି ସମ୍ପର୍କରେ ତାଲିମ ଦିଆଯାଇଥାଏ। ଅଗଷ୍ଟ ମାସ ପୂର୍ବରୁ ଏଠାକୁ ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ମିଳିଥାଏ। ଏହାପରେ ଗୁମ୍ଫାରେ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଏହା ମଧ୍ୟରେ ପ୍ରବେଶ କରିବା ଅସମ୍ଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri